ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଗଞ୍ଜାମ (ମଣିଭଦ୍ରା ଖବର) ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ପ୍ରଥମ ବର୍ଷର କଳା ଓ ବିଜ୍ଞାନ ଛାତ୍ର ଛାତ୍ରୀ ମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ପଣ୍ଡା ବିଦ୍ୟାଳୟର ଇତିହାସ, ନିତି ନିୟମ ସହିତ ଗର୍ବ ଓ ଗୌରବ ବିଷୟରେ ଜଣାଇଥିଲେ। ଏହା ସହିତ ଶୃଙ୍ଖଳା ଜ୍ଞାନ ସହ କଠିନ ଅଧ୍ୟବସାୟ ଓ କଠୋର ପରିଶ୍ରମ କରି ଅଧ୍ୟୟନ ଦ୍ଵାରା ସମାଜରେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ପରିସରରେ ପିଲାମାନଙ୍କୁ ମୋବାଇଲ ମନା କରାଯିବା ସହ ରାଗିଙ୍ଗ୍ ମୁକ୍ତ କ୍ୟାମ୍ପସ୍ କରିବା ପାଇଁ ବିଦ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରତ୍ୟେକ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଅତୀତ ଗୌରବ ସମ୍ପର୍କରେ ସୂଚନା ଦେବା ସହ ଏହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମ ବର୍ଷ ଛାତ୍ର କଳ୍ପେଶ୍ବର ମିଶ୍ର ବେଦ ପାଠ କରିଥିଲେ।
ଏହା ସହିତ କାହ୍ନୁ ଚରଣ ଦାସ, ଡଃ. ପ୍ରିୟବ୍ରତ ପ୍ରଧାନ, ଦିଲ୍ଲୀପ କୁମାର ଆଚାର୍ଯ୍ୟ, ପ୍ରଜ୍ଞା ପରମିତା ସାହୁ, ସୁଚିତ୍ରା ପଣ୍ଡା, ଶଂକର ଆଶିଷ ପାତ୍ର, ମନୋରଞ୍ଜନ ମୁଦୁଲି, ସନକ କୁମାର ବିଶ୍ବାଳ, ସୁଜିତ ସାହୁ, ସଂଯୁକ୍ତା ପାତ୍ର, ରମା ବଲ୍ଲବ ରାଉତ, ସନ୍ତୋଷ କୁମାର ଗୌଡ଼, ବିଭୂଦତ୍ତ ମହାପାତ୍ର, ଅରୁଣ ପ୍ରଧାନ, ସିମାଞ୍ଚଳ ଜେନା, କାଳିଆ ଗୌଡ଼, ସଚ୍ଚିଦାନନ୍ଦ ପ୍ରଧାନ, ପ୍ରତିମା ନାୟକ ଇତ୍ୟାଦି କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା ବେଳେ ପରିଶେଷରେ ଓଡିଆ ଅଧ୍ୟାପକ କାହ୍ନୁ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମରୁ ଜ୍ୟୋତି ରଞ୍ଜନ ଗୈାଡଙ୍କ ରିପୋର୍ଟ ମଣିଭଦ୍ରା ଖବର
إرسال تعليق