BREAKING
Loading...
:

ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରଛତ୍ରୀଙ୍କ ଧାରଣା

 ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରଛତ୍ରୀଙ୍କ ଧାରଣା                     

ଖଣ୍ଡପଡା (ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ) ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ସଂସ୍କୃତ ଶିକ୍ଷକ ଓ ଖେଳ ଶିକ୍ଷକ ପଦ ପୂରଣ ଦାବିନେଇ ପଞ୍ଚାୟତ ବାସୀ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ। ଛାତ୍ର ଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟ ଫାଟକରେ ପୂର୍ବାହ୍ନ ୧୦ଟା ସମୟରେ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ। ଖବର ପାଇ ଜିଲ୍ଲା ଶିକ୍ଷାଧିକାରୀ ଘଟଣାରେ ହସ୍ତକ୍ଷେପ କରି ନିକଟସ୍ଥ ରୟତ ଢୋଲମରା ଗ୍ରାମସ୍ଥିତ ବାପୁଜୀ ବିଦ୍ୟାପୀଠରେ କାର୍ଯ୍ୟରତ ସଂସ୍କୃତ ଶିକ୍ଷୟତ୍ରୀ ନମିତା ସାହୁଙ୍କୁ ପ୍ରତ୍ୟକ ସପ୍ତାହରେ ୩ଦିନ ପାଇଁ କୁମ୍ଭାରପଡା ଉଚ୍ଚ ବିଦ୍ୟାଳୟରେ ଉପସ୍ଥିତ ରହି ଶିଖ୍ୟାଦାନ କରିବା ପାଇଁ ନିର୍ଦେଶ ଦେବାପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା।ବିଦ୍ୟାଳୟରେ ଖାଲିଥିବା ସଂସ୍କୃତ ଶିକ୍ଷକ,ଖେଳ ଶିକ୍ଷକ ଓ ଅନ୍ୟାନ୍ୟ ପଦ ଗୁଡିକରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦିଆ ନଗଲେ ଆଗାମୀ ଦିନରେ ଅଞ୍ଚଳ ବାସୀ ପୂନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS