ଭାପୁର ପ୍ରେସ କ୍ଲବ ର ନୂତନ କର୍ମକର୍ତ୍ତା ଚୟନ
ଭାପୁର (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ଅବସ୍ଥିତ "ଭାପୁର ପ୍ରେସ କ୍ଲବ" ଏକ ଜରୁରୀ ବୈଠକ ସ୍ଥାନୀୟ ଡାକ ବଙ୍ଗଳା ରେ କ୍ଲବର ଉପଦେଷ୍ଟା ବିରଞ୍ଚି କୁମାର ନାୟକଙ୍କ ସଭାପତିତ୍ବରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ରଞ୍ଜନ କୁମାର ମହାପାତ୍ର,ଉପ-ସଭାପତି ଜୟ କୃଷ୍ଣ ବାରିକ,ସମ୍ପାଦକ ଶିଶିର ସହୁ,ସହ - ସମ୍ପାଦକ ସୁଶାନ୍ତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ବିରଞ୍ଚି କୁମାର ନାୟକ,ଯୁଗ୍ମ ସମ୍ପାଦକ - ଯଦୁମଣି ସାମନ୍ତରାୟ ଏବଂ ଅନ୍ୟାନ୍ୟ ସଭ୍ୟ ସଭ୍ୟା ଙ୍କ ମଧ୍ୟରେ ଶ୍ରୀକାନ୍ତ ରାଉତ,ପ୍ରତାପ କୁମାର ପଣ୍ଡା,ବିଭୂତି ମହାପାତ୍ର,କନକ ଲତା ପ୍ରଧାନ,କୁଳମଣି ଦାସ,ଜ୍ୟୋତି ରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତେ ମିଳିମିଶି ଭାପୁର ବ୍ଲକ ର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ସମ୍ମତି ପ୍ରଦାନ କରିଥିଲେ ।
ଭାପୁରରୁ ବିଭୂତି ମହାପାତ୍ରଙ୍କ ରିପୋର୍ଟ ମଣିଭଦ୍ରା ଖବର
Post a Comment