BREAKING
Loading...
:

କ.ନୂଆଗାଁ ବ୍ଲକରେ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ

 କ.ନୂଆଗାଁ ବ୍ଲକରେ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ

 



କ.ନୂଆଗାଁ (ମଣିଭଦ୍ରା ଖବର) କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ  ପ୍ରଶାସନ ପକ୍ଷରୁ ବୈଠକ ଗୃହରେ ଆସନ୍ତା ୭୮ ତମ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ର ମଣି କହଁର ଯୋଗ ଦେଇ ଥିବା ବେଳେ ଆବାହକ ବିଡିଓ ମନ୍ମଥ ନାଥ ମଲ୍ଲିକ ସଂଯୋଜନା କରି ଥିଲେ। ପ୍ରତି ବର୍ଷ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଥିଲା।ସମ୍ମାନିତ ଅତିଥି ଭାବେ ତହସିଲଦାର ରାମ କୃଷ୍ଣ ମିଶ୍ର,ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଶୋଭମ  ମହାପାତ୍ର,ଏବିଇଓ ହରିହର ମଲ୍ଲିକ,ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର,ଜିଲ୍ଲାପରିଷଦ ସଭ୍ୟା ଅନିତା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପ୍ରତ୍ୟୁଷ କୁମାର ସେନାପତି,ପୋଲିସ ଏସଆଇ ଅଶୋକ କୁମାର ତ୍ରିପାଠୀ, ବନପାଳ ଶୁଶାନ୍ତ କୁମାର ବୈଶାଖୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ରବି ନାରାୟଣ ଭୂୟାଁ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିଭୂଦତ୍ତ ବିଶ୍ଵାଳଙ୍କ ସମେତ ସରକାରୀ କର୍ମଚାରୀ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ,ଶିକ୍ଷକ ଶିକ୍ଷୟିତ୍ରୀ, ବରିଷ୍ଠ କ୍ରୀଡା ଶିକ୍ଷକ ବ୍ରଜକିଶୋର ପ୍ରଧାନ ଓ ଦୀପକ କୁମାର କୋଠ ଦଳାଇ ପ୍ରମୁଖ ଯୋଗ ଦେଇ ମୂଲ୍ୟବାନ ମତାମତ ଦେଇଥିଲେ।ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟ କର୍ମଚାରୀ ଗଣ ସହଯୋଗ କରିଥିଲ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS