BREAKING
Loading...
:

ନୟାଗଡ଼ ୟୁ ସି ମାସ୍ ଛାତ୍ରଛାତ୍ରୀଙ୍କ ଅପୂର୍ବ ସଫଳତା

 ନୟାଗଡ଼ ୟୁ ସି ମାସ୍ ଛାତ୍ରଛାତ୍ରୀଙ୍କ ଅପୂର୍ବ ସଫଳତା


,୧୪ ଛାତ୍ରଛାତ୍ରୀ ପୁରସ୍କୃତ


ନୟାଗଡ଼ (ମଣିଭଦ୍ରା ଖବର)ନୟାଗଡ଼ ଦେବତ୍ତୋର କଲୋନୀରେ ବିଶିଷ୍ଠ ଶିକ୍ଷକ ପ୍ରମୋଦ କୁମାର ହୋତାକଂ ତତ୍ବାବଧାନରେ ପରିଚାଳିତ  ,ୟୁ ସି ମାସ୍  (Universal Concept of Mental Arithmatic System) ର ଏକ ମତିସ୍କ ଶକ୍ତି ପରିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ  ଅନୁଷ୍ଠିତ ହୋଇଥିଲା  । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତା ଜୁଲାଇ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥୁରେ ନୟାଗଡ ୟୁ ସି ମାସ୍ ର ୪୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତା ମୁଖ୍ୟତଃ ୩ ପ୍ରକାର ହୋଇଥିଲା । ଦର୍ଶନୀୟ କାର୍ଯ୍ୟକ୍ରମ ମାଧ୍ୟମରେ , ୮ ମିଳିଟରେ ୨୦୦ ପ୍ରଶ୍ନର ସମାଧାନ କରିବାକୁ ପଡିଥାଏ । ଏହି ପ୍ରତିଯୋଗୀତା ରେ ନୟାଗଡ଼ UCMAS ର ୧୪ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ । ଶ୍ରବଣୀୟ ପ୍ରତିଯୋଗୀତାରେ ପ୍ରଶ୍ନ କରାଯାଇଥାଏ ଏବଂ ଏଥିରେ ଜଣେ ଛାତ୍ରୀ ପୁରସ୍କୃତ ହୋଇଥିଲେ ଏବଂ ୨ଜଣ ସ୍ବର୍ଣ୍ଣ ପଦକ ପାଇଛନ୍ତି ଏବଂ ଜଣେ ରୈlପ୍ୟ ପଦକ ପାଇଛନ୍ତି ।ଏବଂ ଫ୍ଲାସକାର୍ଡ଼ ପ୍ରତିଯୋଗୀତାରେ ୨ ଜଣ ଛାତ୍ର ପୁରସ୍କୃତ ହୋଇଥିଲେ ଏବଂ ୨ ଜଣ ଛାତ୍ରୀ ସ୍ବର୍ଣ୍ଣ ପଦକ ପାଇଛନ୍ତି । ଜୁଲାଇ ୧୩ ତାରିଖରେ କିଟ୍ କ୍ୟାମ୍ପସ ରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏବଂ ଜୁଲାଇ ୧୪ ତାରିଖରେ ରେଳ ପ୍ରେକ୍ଷାଳୟ,ଭୂବନେଶ୍ୱର ଠାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।

ଶିବାନୀ ଦୀପାଞ୍ଜଳୀଙ୍କ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS