BREAKING
Loading...
:

ବାଲି ଚୋରା ଚାଲାଣର ଭିଡିଓ ଭାଇରାଲ, ବାଲି ମାଫିଆ ମାନେ ବଜେପି ନେତା ସହ ହଟହଟା,ଖଣି ବିଭାଗ ବାଲି ମାଫିଆ ମଧୁଚନ୍ଦ୍ରିକା

 



ବାଲି ଚୋରା ଚାଲାଣର ଭିଡିଓ ଭାଇରାଲ, ବାଲି ମାଫିଆ ମାନେ ବଜେପି ନେତା ସହ ହଟହଟା,ଖଣି ବିଭାଗ ବାଲି ମାଫିଆ ମଧୁଚନ୍ଦ୍ରିକା 

,,,,,,,,,,,,,,,,,,,,,,,,,,,,,,,,,,,,,,,,,,


ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ତହସିଲ ଅଞ୍ଚଳରେ ବାଲି ସୌରତ ଟେଣ୍ଡର ଶେଷ ହୋଇ ଆଣ୍ଠେ ହେଲା। ସରକାର ଟେଣ୍ଡର ବ୍ୟବସ୍ତା ହେଉନି ବୋଲି ବାଲି ମାଫିଆ ମାନେ ଖଣି ବିଭାଗ ସହ ହାତ ମିଶାଇ ମାଡିଚାଲି ଛନ୍ତି। କେତେ ବେଳେ ପୋଲିସ ବାଲି ଗାଡି ଧରି ନିଯ ଦୋଷ ଝାଡ଼ି ଦେଉଥିବା ବେଳେ ରାଜସ୍ୱ ବିଭାଗ ନିଦ ବିଷ୍ଣୁ ହୋଇଛି କହିଲେ ଭୁଲ ହେବ ନାହିଁ। ଗତ କିଛି ଦିନ ପୂର୍ବେ ଜଣେ ବିଜେପି ମଣ୍ଡଳ ସଭାପତି ଅନିଲ ଜାଡ଼ି ବାଲି ଚୋରା ଚାଲାଣ ନିକଟକୁ ଯାଇ ବାଲି ନେବାର ରସିଦ ମାଗିଥିଲେ। ତୁ କିଏ ବାଲି ରସିଦ ମଗୁଛୁ ବୋଲି ବାଲି ମାଫିଆ ମାନେ ହଟହଟା ହୋଇ  ଭିଡିଓ ଭାଇରାଲ କରିଛନ୍ତି। ଭିଡିଓ ଭାଇରାଲ ଘଟଣା ଅଞ୍ଚଳରେ ବେସ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତିକି ବାଲି ମାଫିଆଙ୍କ ସହ ଖଣିବିଭାଗ, ପୋଲିସ ଓ ତହସିଲ ବିଭାଗର ଗୁମୁର ଖୋଲି ଯାଇଥିବା ସ୍ପଷ୍ଟ ହୋଇଛି ବୋଲି ଆଲୋଚନା ହେଉଛି। ଉକ୍ତ ବିଜେପି କର୍ମୀଙ୍କୁ ଟଙ୍କା ନିଅ ବାଲି ପାଇଁ ଅନୁମତି ଦିଅ ବୋଲି କହୁଥିବା ଭିଡିଓ ଭାଇରାଲ ହେଉଛି । ସରକାର ନିକଟରେ ଟଙ୍କା ଜମାକର ବାଲି ନିଅ ବୋଲି କହିଥିଵା ଭିଡିଓ ଭାଇରଲ ହୋଇଛି।ଏମିତିକି କେବେ ଖଣି ବିଭାଗ ଆସିବେ ସେବେ ପୂର୍ଵରୁ ଟ୍ରାକ୍ଟର ମାଲିକ ଓ କୁଆଡେ ସଂଘକୁ ବାରମ୍ବାର ଫୋନ ଆସିଥାଏ।କିଛି ଟ୍ରାକ୍ଟର ମାଲିକ ନାଗାବଳି ନଦୀରୁ ବାଲି ନେଉଥିବା ବେଳେ କୌଣସି କାଗଜ ପତ୍ର ନଥିବାରୁ ହଇରାଣ ହୋଇ ଧରା ପଡିଲେ ଫାଇନ ଦେବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି।ରାୟଗଡା କୋରାପୁଟ ଦ୍ଵିତୀୟ ଲାଇନ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବାଲି ଦରକାର ପଡୁଥିବାରୁ ବାଲି ମାଫିଆ ମାନେ ଟ୍ରାକ୍ଟର ପିଛା ତିନି ହଜାର ଟଙ୍କାରେ ବିକ୍ରି କରୁ ଥିବା ବେଳେ ଟିପର ଗାଡି ୩୦ ହଜାର ଟଙ୍କାରେ ବିକ୍ରି କରି ବେସ ଫାଇଦା ନେଉଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ମଧ୍ୟ ଅଧିକ ଟଙ୍କା ନେଉଥିବାରୁ ଘର ନିର୍ମାଣ କରିବାରେ ବିଳମ୍ବ ହୋଇ ସରକାରଙ୍କ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି।ଏହି ଘଟଣାକୁ ନେଇ ଖଣିବିଭାଗ, ରାଜସ୍ୱ ଓ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS