ସାପୁଆ ଡ୍ୟାମ ରେ ଦୁଇ ପାହାଡ କୁ ସଂଯୋଗ କରୁଥିବା ବନ୍ଧ ରାସ୍ତା ର ଦୂରାବସ୍ଥା। ଅନେକ ଯାଗା ବଡ଼ ବଡ଼ ଖାଲ ଖମଣରେ ଭର୍ତ୍ତି।
ସାପୁଆ, ଦଣ୍ଡରୀ,ହିନ୍ଦୋଳ, ଢେଙ୍କାନାଳ,
ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଅନୁରୋଧ ତୁରନ୍ତ ନିଅନ୍ତୁ ପଦକ୍ଷେପ।
ହିନ୍ଦୋଳ ବ୍ଳକ୍ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ର ରକ୍ଷଣା ବେକ୍ଷଣ ର ଏ କି ବ୍ୟବସ୍ତା,
ଆଗକୁ ଆସୁଛି ପର୍ଯ୍ୟଟନ ଋତୁ।ଜମିବ ପର୍ଯ୍ୟଟକ ଙ୍କ ଭିଡ଼,ରାସ୍ତା ରେ ଯାତାୟତ କରୂଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେଲେ କିଏ ହେବ ଦାୟୀ? କି ଅନୁଭୂତି ନେଇ ଫେରିବେ ପର୍ଯ୍ୟଟକ?
ସାପୁଆ ଡ୍ୟାମ (Sapua Dam) ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡରୀ ଗ୍ରାମପଞ୍ଚାୟତରେ ତଥା ରାସୋଳ ଗ୍ରାମ ରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଏକ ପ୍ରମୁଖ ଜଳଭଣ୍ଡାର।ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଏବଂ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ୍ ଆକର୍ଷକ।ଯାହାକି ସାପୁଆ ନଦୀର ଉତ୍ପତ୍ତି ସ୍ଥଳରେ ନିର୍ମାଣ କରାଯାଇଛି।ଦୁଇ ପାହାଡ କୁ ବନ୍ଧ ପକାଇ ନଦୀର ଜଳ କୁ ସଂରକ୍ଷଣ କରାଯାଇଛି।ଡ୍ୟାମ ଚାରିପାଖେ ସବୁଜିମା ଭରା ପାହାଡ଼ ଏବଂ ପ୍ରାକୃତିକ ଜଙ୍ଗଲ ରହିଛି, ବର୍ଷା ଦିନେ ଡ୍ୟାମ ନିକଟବର୍ତ୍ତୀ ଛୋଟ ବଡ଼ ଜଳଧାରା ଯାହା ପରିଦର୍ଶକଙ୍କୁ ବହୁତ ଆନନ୍ଦ ଦେଇଥାଏ।
ଯଦିଓ ବର୍ଷା ଋତୁରେ ପର୍ଯ୍ୟଟକ ମାନଙ୍କର ଆଗମନ ଅପେକ୍ଷା କୃତ ହ୍ରାସ ପାଇ ଥାଏ ତଥାପି ଛୁଟି ଦିନ ମାନଙ୍କରେ ପର୍ଯ୍ୟଟକମାନଙ୍କ ଗହଳି ଚହଳି ଲାଗି ରହିଥାଏ।ସାପୁଆ ପର୍ଯ୍ୟଟନ ସ୍ଥଳୀ ର ଉନ୍ନତି କରଣ ପାଇଁ ସରକାର ବହୁ ଚେଷ୍ଟା କରିଥିଲେ ସୁଦ୍ଧା ରକ୍ଷଣା ବେକ୍ଷଣ ର ଅଭାବ ରହିଲେ ସାପୁଆ ପର୍ଯ୍ୟଟନ ସ୍ଥଳୀର ନିହାତି ମାନ ହ୍ରାସ ପାଇବ।ତେବେ ଏପରି କହିବାର କାରଣ ସାପୁଆ ବନ୍ଧ ରାସ୍ତା ଟି ବହୁ ଦିନରୁ ମରାମତି ନହୋଇ ଅନେକ ଯାଗା ରେ ଖାଲ ଖମଣ ହେବା ଫଳରେ ବର୍ଷାଦିନେ ପାଣି ଜମିବା ସହିତ ପର୍ଯ୍ୟଟକ ମାନେ ଗାଡି ନେଇ ଯିବାକୁ ସୁରକ୍ଷିତ ମଣୁନାହାନ୍ତି।ଏଭଳି ଖାଲି ଖମଣ ରାସ୍ତା ରେ ଯଦି ଦୂର୍ଘଟଣା ହୁଏ ତେଵେ ସାପୁଆ କର୍ତୁପକ୍ଷ ଦାୟୀ ରହିବେ କି? ଆଗକୁ ପର୍ଯ୍ୟଟନ ଋତୁ।ବହୁ ସଂଖ୍ୟକ ପର୍ଯ୍ୟଟକ ମାନଙ୍କର ଭିଡ ଲାଗି ରହିବ।ଏଭଳି ଦୃଶ୍ୟ ପର୍ଯ୍ୟଟକ ମାନଙ୍କୁ ଆନ୍ଦୋଳିତ କରିବା ସହିତ ଦୁର୍ଘଟଣା ଘଟିଲେ ତିକ୍ତ ଅନୁଭୂତି ନେଇ ସାପୁଆ ରୁ ଫେରିବା ସାର ହେବ।
ସାପୁଆ ଡ୍ୟାମ ବୁଲିବା ପାଇଁ ଅକ୍ଟୋବର ରୁ ଫେବୃଆରୀ (ଶୀତଦିନ) ସବୁଠାରୁ ସର୍ବୋତ୍ତମ ସମୟ।ତେବେ ବର୍ଷା ଦିନେ ଏହାର ସୌନ୍ଦର୍ଯ୍ୟ ମଧ୍ୟ ଅନନ୍ୟ। ତେବେ ପର୍ଯ୍ୟଟନ ଋତୁ ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ସାପୁଆ ପର୍ଯ୍ୟଟନ ସ୍ଥଳୀ ର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବା ସହିତ ବନ୍ଧ ରାସ୍ତା,ପିକିନିକ୍ ପାଇଁ ହୋଇ ଥିବା ଗୃହ ର ମରାମତି,ଜଳ ଯୋଗାଣ ପାଇଁ ଥିବା ନଳକୂପ ର ଆବଶ୍ୟକତା ଅନୁସାରେ ମରାମତି ସାଙ୍ଗକୁ ପର୍ଯ୍ୟାପ୍ତ ପରିମାଣରେ ଡଷ୍ଟଵିନ ର ବ୍ୟବସ୍ଥା କରିପାରିଲେ ପର୍ଯ୍ୟଟକ ମାନଙ୍କର ପ୍ରଥମ ପସନ୍ଦ ହେବ ବୋଲି ଆଶା କରିପାରିବା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment