BREAKING
Loading...
:

ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ସ୍ବାଧିନତା ଦିବସ ପାଳିତ

 ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ସ୍ବାଧିନତା ଦିବସ ପାଳିତ 

ଗଣିଆ(ମଣିଭଦ୍ରା ଖବର) ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ଯ ଡ଼ ରାମଚନ୍ଦ୍ର ସାମନ୍ତରାୟ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ପ୍ରଭାତରେ ମହାବିଦ୍ୟାଳୟ ରେ ମହାବିଦ୍ୟାଳୟର ସମ୍ପାଦକ ଡ଼. ଏଲ୍ଡାଡ କାଇଁଣ୍ଡସେଥ, ଅଧ୍ୟକ୍ଷ ଡ଼. ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା , ସମସ୍ତ ବିଭାଗୀୟ ମୁଖ୍ୟ, ଶିକ୍ଷକ ଏଵଂ ଅଣ ଶିକ୍ଷକଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ସମ୍ପାଦକ ଡ଼. ଏଲ୍ଡାଡ ଏବଂ ଅଧ୍ୟକ୍ଷ ଡ଼. ପଣ୍ଡା ମହୋଦୟ ପତାକା ଉତ୍ତୋଳନ କରିଥଲେ ଏବଂ ଏହି ସ୍ଵାଧୀନତା ପାଇଁ ଯେଉଁ ମହାମନିଷୀମାନେ ନିଜର ପ୍ରାଣ ବଳିଦାନ କରିଥିଲେ ସେହି ବିସୟରେ ସ୍ମୃତିଚାରଣ କରିଥଲେ ଏବଂ ସଂସ୍କୃତି ଆଉ ପରମ୍ପରାକୁ ନଭୁଲି ସତ୍ ମାର୍ଗରେ ରହି ଆମ ଦେଶକୁ କିଭଳି ବିଦେଶୀ ଧର୍ମାନ୍ତିକରଣକାରିଙ୍କ କବଳରୁ ମୁକ୍ତ କରି ଦେଶକୁ ବିଶ୍ୱଗୁରୁରେ ପରିଣତ କରିବା ସେ ବିସୟରେ ଆଲୋକପାତ କରିଥିଲେ । 

ପତାକା ଉତ୍ତୋଳନ ପରେ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା ଏବଂ ପରେ କଲେଜର ଛାତ୍ରଛାତ୍ରୀ  ମାନଙ୍କୁ ନେଇ ଗଣିଆ ପର୍ଯ୍ୟନ୍ତ ଏକ ବାଈକ ରାଲି ହୋଇଥିଲା। ଗଣିଆରେ ପହଞ୍ଚିବା ପରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା  ସଚେତନତା ସହିତ ଏକ ପଦଯାତ୍ରାର ଅୟୋଜନ ମଧ୍ଯ କରାଯାଇଥିଲା। ଗଣିଆରେ କାର୍ଯକ୍ରମ ସାରିବା ପରେ ଛାତ୍ରଛାତ୍ରୀମାନେ କଲେଜକୁ ଫେରି ଆସିଥିଲେ। ଫେରି ଆସିବା ପରେ ସ୍ୱାଧୀନତା ଦିବସ ଅବସରରେ ପୂର୍ବରୁ ଆୟୋଜନ ହୋଇଥିବା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ  ଆୟୋଜନ କରାଯାଇ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ସମ୍ପାଦକ ଡ଼ ଏଲ୍ଡାଡ କାଇଣ୍ଡ ସେଥ , ମୁଖ୍ୟ ବକ୍ତା ଭାବେ ଗଣିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସମାଜ ସେବୀ ଅନ୍ତର୍ଯ୍ୟାମୀ ମିଶ୍ର, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା ଏଵଂ ସେଣ୍ଟର୍ ଫର୍ କେଟାଲିସିଂ ଚେଞ୍ଜେସ୍ ଅନୁଷ୍ଠାନ ର ମଣ୍ଡଳ ସଂଯୋଜିକା ସ୍ଵାତୀରେଖା ଦାସ ଯୋଗ ଦେଈ ଥିଲେ।

ଏହି କାର୍ଯ୍ଯକ୍ରମକୁ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ବୈକୁଣ୍ଠ ନାଥ ସାହୁ ମହୋଦୟ ସଂଯୋଜନା କରିଥଲେ। ସଭା ସାରିବା ପରେ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଜିତେନ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS