BREAKING
Loading...
:

ସ୍ବାଧୀନତା ଦିବସ ଅବସରରେ ବ୍ଳକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

 ସ୍ବାଧୀନତା ଦିବସ ଅବସରରେ ବ୍ଳକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ 

ଗଣିଆ (ମଣିଭଦ୍ରା ଖବର) ସ୍ବାଧୀନତା ଦିବସ ଅବସରରେ ଗଣିଆ ବ୍ଳକର ବିଭିନ୍ନ ବିଦ୍ୟାଳୟ ଏବଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୦୦ରୁ ଅଧିକ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଓଡ଼ିଆ ରଚନା, ଇଂରାଜୀ ରଚନା,ଓଡ଼ିଆ ଡିବେଟ, କୁଇଜ୍,ସଙ୍ଗୀତ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 

ଏଥିରେ ବିଚାରକ ଭାବେ ଶିକ୍ଷକ ସମୀର କୁମାର ମହାପାତ୍ର,ସସ୍ମିତା ମଣ୍ଡଳ,ଉର୍ଜା ସାହୁ, ରାଜକିଶୋର ସାହୁ,ପବୀତ୍ର ବେହେରା, ଜ୍ୟୋତିର୍ମୟୀ ମହାରଣା, ଅଧ୍ୟାପକ ଭଗବାନ ପୃଷ୍ଟି,ଜିତେନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ନିରୁପମା ମହାପାତ୍ର, କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ, ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

କୃତି ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ଅଗଷ୍ଟ ୧୫ ତାରିଖରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ହେବାକୁଥିବା ଜେନେରାଲ ପତାକା ଉତ୍ତୋଳନ ସମାରୋହରେ ପୁରସ୍କୃତ କରାଯିବ ବୋଲିି ଜଣାପଡିଛି । 



 

Post a Comment

أحدث أقدم
Header ADS