BREAKING
Loading...
:

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ 78ତମ ସ୍ବାଧିନତା ଦିବସ ପାଳିତ

 ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ 78ତମ ସ୍ବାଧିନତା ଦିବସ ପାଳିତ।

ହିଞ୍ଜିଳିକାଟୁ (ମଣିଭଦ୍ରା ଖବର)ଶାସନ ଆମ୍ବ ଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ 78ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।  ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ବିଦ୍ୟାଳୟର ଏନ୍ ସି ସି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଚିତ୍ତାକର୍ଷକ ପ୍ୟାରେଡ ରେ ମୁଖ୍ୟ ଅତିଥି ଭାବେ ଅଭିଭାବକ ଗ୍ରହଣ କରିଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସ୍ବାଧିନତା ଦିବସ ଉପଲକ୍ଷେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା।ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅମ୍ବିକା ପ୍ରସାଦ ଦାସ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହାୟତାରେ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା।ପରିଶେଷରେ ବିଦ୍ୟାଳୟର ଉପାଧକ୍ଷା ଶ୍ରୀମତୀ ସ୍ମିତା ବାଳା ପଣ୍ଡା  ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜ୍ୟୋତି ରଞ୍ଜନ ଗୈାଡ ଗଞ୍ଜାମ 

Post a Comment

أحدث أقدم
Header ADS