BREAKING
Loading...
:

କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା

 କ୍ଲଷ୍ଟରସ୍ତରୀୟ  ଅବସରକାଳୀନ ସମ୍ବର୍ଦ୍ଧନା ସଭା




ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବନ୍ତଳା କ୍ଲଷ୍ଟର  ଜୋଡାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଶିକ୍ଷକ ସୁକୁମାର ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ ,ସମ୍ମାନୀତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସିମାଞ୍ଚଳ ସେନାପତି , ଶିମିଳି ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ପ୍ରଧାନ ଶିକ୍ଷକ ପବିତ୍ର ମୋହନ ସାହୁ,ସି ଆର୍ ସି ସି ବୀରକିଶୋର ବଳବନ୍ତ ସିଂ,ପ୍ରାଥମିକ ଏକ୍ସ କ୍ୟାଡ଼ର ସଂଘ୍ ସଭାପତି ପ୍ରକାଶ ଚନ୍ଦ୍ର ବେହେରା, କ୍ଲଷ୍ଟର ସଭାପତି ରବୀନ୍ଦ୍ର କୁମାର ଜାନୀ ପ୍ରମୁଖ ଯୋଗ ଦେଇ  ଅବସର ଗ୍ରହଣ କରିଥିବା ଲିଙ୍ଗିରି ବାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ଦାସ ଙ୍କୁ ମାନପତ୍ର,ଉତ୍ତରୀୟ ,ପୁଷ୍ପଗୁଚ୍ଛ ଦେଇ ବିଦ୍ୟାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।ତତ୍ ସହିତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ଦାଶ କିପରି ସମୟାନୁବାର୍ତିତା, ଛାତ୍ର ବତ୍ସଳ ଶିକ୍ଷକ ଥିଲେ ସେ ଉପରେ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ କ୍ଲଷ୍ଟର ର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS