BREAKING
Loading...
:

ଖଣ୍ଡପଡାରେ ଛେନାପୋଡ଼ ଦିବସ ପାଳିତ

 ଖଣ୍ଡପଡାରେ ଛେନାପୋଡ଼ ଦିବସ ପାଳିତ



ଖଣ୍ଡପଡା (ମଣିଭଦ୍ରା ଖବର) ଅଞ୍ଚଳର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି l ନୟାଗଡ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ଼ ଦିବସ ପାଳିତ ହୋଇଥିବା ବେଳେ ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ ପରିସରରେ ଛେନାପୋଡ଼ କାଟି ଏହି ଦିବସ ପାଳନ କରାଯାଇଥିଲା l ଯୁବନେତା ଅଭିଳାଷ ପଣ୍ଡା ଅତିଥି ରୂପେ ଯୋଗ ଦେଇ ଛେନାପୋଡ଼ର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ l ପ୍ରତିବର୍ଷ ଏପ୍ରିଲ ଏଗାର ତାରିଖରେ ଛେନାପୋଡ଼ ଦିବସ ପାଳନ କରିବା ପାଇଁ ସାମ୍ବାଦିକ ସଙ୍ଘର ସମସ୍ତ ସଦସ୍ୟ ନିଷ୍ପତ୍ତି ନେବା ସହ ଆଗାମୀ ବର୍ଷ ଠାରୁ ଛେନାପୋଡ଼ ଦିବସ ପାଳନକୁ ଆହୁରି ସୁଦୂର ପ୍ରସାରୀ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା l ଆଞ୍ଚଳିକ ସାମ୍ବାଦିକ ସଙ୍ଘର ପନ୍ଦରରୁ ଉର୍ଦ୍ଧ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

أحدث أقدم
Header ADS