BREAKING
Loading...
:

ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ତାଲିମ ଶିବିର

 ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ତାଲିମ ଶିବିର 




ଗଣିଆ ୦୭/୦୪(ମଣିଭଦ୍ରା ଖବର) କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଗଣିଆ ବ୍ଲକର ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ । ପ୍ରଶିକ୍ଷକ ଭାବରେ ସୁରେଶ ଚନ୍ଦ୍ର ବେହେରା, ନାରାୟଣ ଦଳେଇ, ଶୈଳବାଳା ସାହୁ, ମୋନାଲିସା ସାହୁ ଯୋଗ ଦେଇ ଲିଙ୍ଗଗତ ବୈଷମ୍ୟ,ଲିଙ୍ଗ ପରିଚୟକୁ ପ୍ରଭାବିତ ଏବଂ ବିଭିନ୍ନ ରୂପ ଦେଉଥିବା ଅନୁଷ୍ଠାନକୁ ବୁଝିବା, ସାମାଜିକ ପ୍ରଭାବ ଆଦି ବିଷୟରେ ପ୍ରଶିକ୍ଷକ ମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଉଦଯାପନୀ ଉତ୍ସବରେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ରାଉତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ରବିନ୍ଦ୍ର କୁମାର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ନିହାର ବାଳା ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଶିବିରରେ ଯୋଗ ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । 

ରିପୋର୍ଟ ମଣିଭଦ୍ରା ଖବର ଗଣିଆ 

Post a Comment

أحدث أقدم
Header ADS