BREAKING
Loading...
:

ଜିଆରପି ପୋଲିସ ଥାନା ଗାଡି ପାଲଟିଛି ଶବ ବାହକ ଗାଡି, ବିଭାଗୀୟ ମୁଖ୍ୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି।

 ଜିଆରପି ପୋଲିସ ଥାନା ଗାଡି ପାଲଟିଛି ଶବ ବାହକ ଗାଡି, ବିଭାଗୀୟ ମୁଖ୍ୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି।




ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର):ଟିଟିଲାଗଡ ଜି ଆର ପି ପୋଲିସ ଥାନା ନିମନ୍ତେ ସରକାରୀ ଭାବେ ବ୍ୟବହୃତ ହେଉଥିବା ଗାଡି କୁ ଶବ ବାହକ ଗାଡି ରୁପେ ବ୍ୟବହାର କରାଯାଇ ଆସୁଛି। ପ୍ରକାଶ ଯେ,ଜରୁରୀ କାଳୀନ ସ୍ଥିତି ରେ ଟିଟିଲାଗଡ ଜି ଆର ପି ଥାନା ଦ୍ୱାରା ବ୍ୟବହାର କରୁଥିବା ଗାଡି ଟି ଅତ୍ୟନ୍ତ କଦର୍ଯ୍ୟ ଅବସ୍ଥା ହୋଇ ପଡ଼ିଥିବା ବେଳେ ସେଥିରେ ବିଭିନ୍ନ ମାମଲା ରେ ତଦନ୍ତ ବଦଳରେ ଶବ ବାହକ ଗାଡି ରୁପେ ବ୍ୟବହାର କରାଯାଇ ଆସୁଛି।  ଗୁରୁବାର ଦିନ ସେହିପରି ଛତିଶଗଡ ରାଜ୍ୟ ର ଜଣେ ବ୍ୟକ୍ତି ଏକ ମାଲବାହୀ ଟ୍ରେନ ଧକ୍କାରେ ଟିଟିଲାଗଡ ରୁ କେସିଙ୍ଗା ରେଳ ଲାଇନ ମଧ୍ୟ ରେ ମୃତ ଅବସ୍ଥାରେ ପଡ଼ିଥିବା  ନେଇ ଜିଆରପି ପୋଲିସ ଏକ ମାମଲା ରୁଜ୍ଜୁ କରି ଉକ୍ତ ଶବ କୁ ସବ ବାହକ ଗାଡି ରେ ନ ଆଣି ଉକ୍ତ ଜିଆରପି ଥାନା ଗାଡି ରେ ଟିଟିଲାଗଡ ଡାକ୍ତରଖାନା ଆଣି ରଖା ଯାଇଥିଲା । ଏହି ପୁରୁଣା ହୋଇ ଯାଇଥିବା ଜି ଆର ପି ପୋଲିସ ଗାଡି ରେ ଶବ ଏପରି ନିୟମିତ ନିଆ, ଅଣା କରାଯାଉଥିବା ବେଳେ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବା ନିମନ୍ତେ ବିଭିନ୍ନ ମହଲ ରେ ଦାବି ହେଉଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS