BREAKING
Loading...
:

ସାତ ବର୍ଷୀୟ ବାଳକ ର ଶୋଚନୀୟ ମୃତ୍ୟୁ

 ସାତ ବର୍ଷୀୟ ବାଳକ ର ଶୋଚନୀୟ ମୃତ୍ୟୁ ।




ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜଣେ ସାତ ବର୍ଷୀୟ ବାଳକ ର ଶୋଚନୀୟ ମୃତ୍ୟୁ ଘଟିଛି। ସୁଚନାନୁଜାୟୀ,ମୁରିବାହାଲ ଥାନା ଅନ୍ତର୍ଗତ ସାତବହନି ଗ୍ରାମ ର ବେଲମତି ନାଗ ନାମ୍ନୀ ଜଣେ ମହିଳା ଙ୍କ  ପୁଅ ଖେଳୁଥିବା ବେଳେ ନୂତନ ରୁପେ ଗ୍ରାମର  ନିର୍ମାଣ ଚାଲିଥିବା ପିଲର କାମ ବେଳେ  ଏକ ପିଲର କୁ  ଟ୍ରାକ୍ଟର ଧକ୍କା ଦେଇ ଥିଲା । ଉକ୍ତ ଧକ୍କା ଯୋଗୁଁ ନିର୍ମାଣ ଧୀନ ଏକ ସିମେଣ୍ଟ ପିଲର ଭାଙ୍ଗି ଯାଇଥିଲା ଓ କଡ଼ରେ ଖେଳୁଥିବା ଥିବା ଉକ୍ତ ବେଲମତି ଙ୍କ ପୁଅ ଉପରେ ତାହା ପଡ଼ିଯାଇ  ଥିଲା । ଫଳରେ ଗୁରୁତର ଆହତ  ହୋଇ ଅଚେତ ହୋଇଯାଇଥିଲା। ତୁରନ୍ତ ତାଙ୍କ ମାଆ ବେଲମତି ଓ ଗ୍ରାମ ର କିଛି ଯୁବକ ଗୁରୁତର ଅବସ୍ଥା ରେ ଉକ୍ତ ବାଳକ କୁ  ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆଣି ଥିଲେ । ଡାକ୍ତରଖାନା ପହଞ୍ଚିବା କିଛି ସମୟ ପରେ ଡଃ ବିଜୁ ଅଗ୍ରୱାଲ ମୃତ  ଘୋଷଣା କରି ଥିଲେ । ବେଲମତି ଙ୍କ   ତିନୋଟି ଝିଅ ଥିବା ବେଳେ ଏହା ତାଙ୍କ ଛୋଟ ପୁଅ ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS