ସମାଜ ରେ ସଂସ୍କାର ସହ ଆଧ୍ୟାତ୍ମିକତା କୁ ଗୁରୁତ୍ବ ପ୍ରଦାନ କରି ପ୍ରହରୀ ମଣ୍ଡପ ପ୍ରତିଷ୍ଠିତ।
ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର)ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ହାଟପଦା ପଡ଼ା ଠାରେ ନୂତନ ରୁପେ ଏକ ପ୍ରହରୀ ମଣ୍ଡପ ନିର୍ମାଣ ହୋଇ ପ୍ରତିଷ୍ଠା କରାଯାଇଛି । ସ୍ଥାନୀୟ ଭାଗବତ ମନ୍ଦୀର ପୂଜା କମିଟି ପକ୍ଷରୁ ଏକ ଡିର୍ଘ ବର୍ଷ ତଳେ ଥିବା ପ୍ରହରୀ ମଣ୍ଡପ ଉକ୍ତ ସ୍ଥାନରେ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ଏହି ମଣ୍ଡପ ର ପୁନରୁଦ୍ଧାର କରାଯାଇଛି । ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ବର୍ତ୍ତମାନ୍ ସମାଜ ରେ ଅତ୍ୟନ୍ତ ଜରୁରୀ ବୋଲି ମନ୍ଦୀର ପ୍ରତିଷ୍ଠା ଉତ୍ସବ କମିଟି ପ୍ରକାଶ କରିଛି । ସମାଜରେ ବର୍ତ୍ତମାନ ମୋବାଇଲ ଯୁଗ ହୋଇ ଯାଇଥିବା ବେଳେ ଆଧ୍ୟାତ୍ମିକତା ନେଇ ନୂତନ ଯୁବ ପିଢ଼ି ଓ ସମାଜ ରେ ସଂସ୍କାର ଆବଶ୍ୟକ ଯାହା ଏହି ପ୍ରହରୀ ମଣ୍ଡପ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ ବୋଲି ପ୍ରକାଶ ପାଇଛି। ଯଥାରୀତି କଳସ ସ୍ଥାପନ ଶୋଭା ଯାତ୍ରା,ନାମ ଯଜ୍ଞ,ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଖ ପାଖ ଅଞ୍ଚଳରୁ ଅନେକ ସଙ୍କୀର୍ତ୍ତନ କମିଟି ଏହି କାର୍ଯକ୍ରମ ରେ ଅଂଶ ଗ୍ରହଣ କରିବେ ବୋଲି ପ୍ରକାଶ ପାଇଛି।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
إرسال تعليق