ମଣ୍ଡଳ ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଶିବିର ବର୍ଣ୍ଣାଳୀ ଉଦଯାପିତ
ଗଣିଆ ୧୨/୦୪(ମଣିଭଦ୍ରା ଖବର) କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଶିବିର ବର୍ଣ୍ଣାଳୀ ଉଦଯାପିତ ହୋଇଯାଇଛି । ଏହି ଶିବିରରେ ଗଣିଆ ବ୍ଲକର ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ନିହାର ବାଳା ରାଉତ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଶିକ୍ଷକ ଭାବରେ ସୁରେଶ ଚନ୍ଦ୍ର ବେହେରା, ନାରାୟଣ ଦଳେଇ, ଶୈଳବାଳା ସାହୁ, ମୋନାଲିସା ସାହୁ ଯୋଗ ଦେଇ ଲିଙ୍ଗଗତ ବୈଷମ୍ୟ,ଲିଙ୍ଗ ପରିଚୟକୁ ପ୍ରଭାବିତ,ଲିଙ୍ଗଗତ ଭେଦଭାବର କାରଣ ଏବଂ ନିରାକରଣ , ପାଠ୍ୟକ୍ରମରେ ଲିଙ୍ଗଗତ ଉପସ୍ଥାପନା ଆଦି ବିଷୟରେ ପ୍ରଶିକ୍ଷକ ମାନେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ନିରୁପମା ମହାପାତ୍ର ଯୋଗ ଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଲିଙ୍ଗଗତ ସମାନତା ସମ୍ପର୍କରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ । ଶିବିରରେ ଯୋଗ ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
إرسال تعليق