BREAKING
Loading...
:

ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା,ତିନି ଜଣିଆ ତଦନ୍ତ କମିଟି ର ସବିଶେଷ ତଦନ୍ତ

 ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା,ତିନି ଜଣିଆ ତଦନ୍ତ କମିଟି ର ସବିଶେଷ ତଦନ୍ତ ।





ବଲାଙ୍ଗୀର (ମଣିଭଦ୍ରା ଖବର)ସରକାର ଶିକ୍ଷା କୁ ଗୁରୁତ୍ଵ ଦେଇ ବିଭିନ୍ନ ପ୍ରକାର ଯୋଜନା ମାନ ପ୍ରଣୟନ କରିଛନ୍ତି ।  ବିଶେଷ କରି ବିଭିନ୍ନ ଉପାନ୍ତ ଅଞ୍ଚଳ ଗୁଡିକ ରେ କେହି  ଶିକ୍ଷା ଲାଭ ରୁ  ବଞ୍ଚିତ ନ ହୁଅନ୍ତୁ ବୋଲି ତଥା ଶିକ୍ଷା ପ୍ରତି ଆସକ୍ତି ସୃଷ୍ଟି ନିମନ୍ତେ ସ୍ଵତନ୍ତ୍ର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ରହିଛି। ପ୍ରକାଶ ଯେ,ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଏହି ମଧ୍ୟାହ୍ନ ଭୋଜନ ନେଇ କାଗଜ,କଲମ ରେ ଦୀର୍ଘ,ବର୍ଷ ଧରି ଅର୍ଥ ହଡ଼ପ ହୋଇ ଆସୁଥିବା ଘଟଣା ନଜର କୁ ଆସିଛି । ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଥାନା ଅନ୍ତର୍ଗତ ଖର୍ଖରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ  ଅହେତୁକ ଉପସ୍ଥାନ ବୃଦ୍ଧି ସହ  ଶ୍ରେଣୀ କୋଠରୀ ର ଅଭାବ ଥାଇ ଅନାବଶ୍ୟକ ସ୍ଥଳେ ବିପୁଳ ପରିମାଣ ର ମଧ୍ୟାହ୍ନ ଭୋଜନ ଚାଉଳ ଅନୁପଯୁକ୍ତ ରକ୍ଷଣ ବ୍ୟବସ୍ଥାରେ ଖତ ଖାଉଛି,ହେଲେ ଏ ନେଇ ବିଭାଗୀୟ ଅଧିକାରୀ ଅବା ଅନ୍ୟ କାହାର ଦୃଷ୍ଟି ନାହିଁ ।  ପ୍ରତିଦିନ ଛାତ୍ର, ଛାତ୍ରୀ ଙ୍କ ଉପସ୍ଥାନ ଜାଲିଆତି କରିବା ନେଇ ତଥା ଶିକ୍ଷାଦାନ ସଠିକ୍ ଭାବେ କେତେକ ଶିକ୍ଷକ ନ କରିବା ନେଇ ଗ୍ରାମ୍ୟ ସ୍କୁଲ କମିଟି ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । 


 ଏହି ମଧ୍ୟାହ୍ନ ଭୋଜନ ଜାଲିଆତି ମାମଲାର ବିରୋଧ କରି ଅଭିଯୋଗ କରିବା ପରେ ବ୍ଲକ୍ ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଏକ ତିନି ଜଣିଆ ପ୍ରତିନିଧି ଦଳ ଆସି ତଦନ୍ତ କରି ଯାଇଥିଲେ ।

ଏ ନେଇ ଦଳଗତ ଏବିଓ ଙ୍କ ପରିଦର୍ଶନ ଓ ତତ୍ବାବଧାନରେ ଚାଲିଛି ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥା।


ଏହି ବିଦ୍ୟାଳୟ ରେ, ଅମାନୁଷିକ ନିୟମ ବହିର୍ଭୁତ କଠୋର ଦଣ୍ଡ ବିଧାନ ପ୍ରଣିଧାନ ଥିବା ଭଳି କାର୍ଯ୍ୟ କରିଥିବା  କର୍ମଚାରୀ ଙ୍କୁ ଏସ ଏମ ସି  ଓ ଗ୍ରାମ ସରପଞ୍ଚ ଙ୍କ ଉପସ୍ଥିତି କ୍ରମେ ପ୍ରମାଣ ପାଇ ସୁଦ୍ଧା ବିଭାଗୀୟ ଅଧିକାରୀ ତଦନ୍ତ କରି ନୀରବ ରହିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। 

ଏ ନେଇ ବିଭାଗୀୟ ମୁଖ୍ୟ ଅଧିକାରୀ ବିଦ୍ୟାଳୟ କିପରି ସୁପରିଚାଳନା ହୋଇ ପାରିବ ଓ ଶିକ୍ଷା ବ୍ୟବସ୍ଥା ସଠିକ୍ ହେବ ସେ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS