BREAKING
Loading...
:

ଖଣ୍ଡପଡା ଓକିଲ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

 ଖଣ୍ଡପଡା ଓକିଲ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ




ଖଣ୍ଡପଡା (ମଣିଭଦ୍ରା ଖବର)ଓକିଲ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ଶନିବାର ଶେଷ ହୋଇଛି l ସଙ୍ଘର ନୂତନ ସଭାପତି ଭାବେ ସଂଗ୍ରାମ କେଶରୀ ମିଶ୍ର, ସମ୍ପାଦକ ଭାବେ ବିକ୍ରମ କେଶରୀ ଦେଓ, ଉପସଭାପତି - ବାବୁଲି ଚରଣ ସାହୁ, ଯୁଗ୍ମ ସମ୍ପାଦକ - ସିଦ୍ଧାର୍ଥ ଶେଖର ରାୟ, କୋଷାଧକ୍ଷ - ମନୋଜ କୁମାର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ  ଭାବେ ବିକ୍ରମ ସାହୁ ଓ ଧନେଶ୍ୱର ମହାନ୍ତିଙ୍କୁ ଚୟନ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଛି l ସର୍ବସମ୍ମତି ପ୍ରସ୍ତାବ କ୍ରମେ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିବାବେଳେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ହିମାଂଶୁ ମୋହନ ପଟ୍ଟନାୟକ ଦାୟିତ୍ୱ ତୁଲାଇ ଥିଲେ l ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଦସ୍ୟ ମାନଙ୍କୁ ଓକିଲ ସଙ୍ଘର ସମସ୍ତ ସଦସ୍ୟ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS