BREAKING
Loading...
:

ନେତୃତ୍ଵ ର ଅଭାବ ଓ ଶସ୍ତା ରାଜନୀତି ଯୋଗୁଁ ସମାଧାନ ହୋଇ ପାରୁନି ସମସ୍ୟା ।

 ନେତୃତ୍ଵ ର  ଅଭାବ ଓ ଶସ୍ତା ରାଜନୀତି ଯୋଗୁଁ ସମାଧାନ ହୋଇ ପାରୁନି ସମସ୍ୟା ।




ବଲାଙ୍ଗୀର,ଟିଟିଲାଗଡ (ମଣିଭଦ୍ରା ଖବର)ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଓ ମାତ୍ରାଧିକ ସମସ୍ୟା ଅଞ୍ଚଳ ର ଏକ ପ୍ରମୁଖ ସମସ୍ୟା ପାଲଟିଛି । ବିଗତ ଦିନରେ  ଟିଟିଲାଗଡ଼ କଂଗ୍ରେସ ଦଳ ପକ୍ଷରୁ ସହରର ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା, ଏହି ଡାକ୍ତର ସମସ୍ୟା, ବିଦ୍ୟୁତ ବିଭାଗ ର ମନୋମୁଖୀ କାର୍ଯ୍ୟ,ବସଷ୍ଟାଣ୍ଡ,ଆଦି ବିଭିନ୍ନ ସମସ୍ୟା ସହ ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଏକ ଦାବିପତ୍ର ଉପ ଜଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରିଥିଲେ।

ସେହିପରି ଟିଟିଲାଗଡ ର ଆମ ଆଦମୀ ପାର୍ଟି ତରଫ ରୁ ଡାକ୍ତର ସମସ୍ୟା ନେଇ ଆମ ଡିର୍ଘ ଦିନ ଧରି  ଗଣ ଧାରଣା ଦିଆଯାଇ ଥିବା ବେଳେ କିଛି ଡାକ୍ତର ଆସି ପୁନଃ ଚାଲିଯାଇଥିଲେ । ଏବେ ମାତ୍ର ଚାରି ଜଣ ଡାକ୍ତର ଙ୍କ ଭରସା ରେ ଏହି ଡାକ୍ତରଖାନା । ସପ୍ତାହ କୁ ଦୁଇ ଦିନ ପାଇଁ ଜଣେ ମ୍ୟାଡିକାଲ ବିଶେଷଜ୍ଞ ଡ଼ାଃ ମେହେର  ଆସୁଥିବା ବେଳେ ଅସମ୍ଭାଳ ଭିଡ ରେ ସହର ଓ ଦୁରାନ୍ତ ଅଞ୍ଚଳ ର  ଜନସାଧାରଣ ଆସି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲମ୍ବା ଧାଡ଼ି ରେ ଛିଡା ହୋଇ ରହୁଛନ୍ତି ।  ଦିନକୁ ଦିନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଚାପ ବଢିବା ଯୋଗୁଁ ସେମାନେ ଆସି ପୁନଃ ଚାଲିଯାଉଛନ୍ତି। ସେଭଳି ଭେଷଜ ବିଶେଷଜ୍ଞ ନିଜେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରି ଦାୟୀତ୍ବ ନେଇ ସୁଦ୍ଧା ତାଙ୍କ ଚେମ୍ବର ବା ଆଉଟ୍ ଡୋର ରେ ନ ବସି ନିଜ ସରକାରୀ ବାସ ଭବନ ରେ ରହି ଫିସ ନେଇ  ରୋଗୀ ଦେଖିବା ରେ ବ୍ୟସ୍ତ । ଯାହାକି ସରକାରୀ ଡାକ୍ତର ଖାନା ପରିସରରେ ଆଇନ ଅନୁଯାୟୀ ନିର୍ଦ୍ଦେଶ ରହିଛି ।  ଏହି  ସମସ୍ୟା ସମାଧାନ ନିମନ୍ତେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଭୁବନେଶ୍ବର ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ସ୍ଵତନ୍ତ୍ର ଆଲୋଚନା କରିଛନ୍ତି।


ଟିଟିଲାଗଡ଼ର ବିଧାୟିକା ତଥା ମାନ୍ୟବର ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଭୁବନେଶ୍ବର ସ୍ଥିତ ଲୋକସେବା ଭବନ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ଓ ସମାଧାନ ପାଇଁ ଏକ ସ୍ଵତନ୍ତ୍ର ବୈଠକ କରିଥିଲେ।


ଏହି ବୈଠକରେ ଟିଟିଲାଗଡ଼ ବ୍ଲକ ଅଧକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଟିଟିଲାଗଡ଼ ପୌର ପରିଷଦ ର ଉପାଧକ୍ଷା ଶ୍ରୀମତୀ ପୁଷ୍ପମଞ୍ଜରି ଜାଲ , ଟିଟିଲାଗଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ଗୀତା ବିଶି, ତୁଷୁରା ଅଧକ୍ଷ ଶ୍ରୀ ଅଜୟ ଜୈସୱାଲ୍, ଗୁଡ଼ଭେଲା ବ୍ଳକ ର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ରାମ ନିବାସ ଅଗ୍ରୱାଲ ଉପସ୍ଥିତ ରହି ସ୍ଥାନୀୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ସମସ୍ତ ସମସ୍ୟାର କିପରି ଅତି ଶିଘ୍ର ସମାଧାନ ହେବ ସେ ଦିଗରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା କେବଳ ଶସ୍ତା ରାଜନୀତି ଓ ଆଗାମୀ ଦିନରେ ନିର୍ବାଚନ କୁ ଦୃଷ୍ଟି ରେ ରଖି ସ୍ଥାନୀୟ ବିଧାୟିକା ଏତେ ଦିନ ପରେ ଏଭଳି ପଦକ୍ଷେପ ନେଇଛନ୍ତି ଯାହା ସଫଳ ରୂପାୟନ ହୋଇ ପାରିବନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ୍ ଆଗକୁ ନିର୍ବାଚନ ଥିବାରୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ଜୋର୍ ଧରିଥିବା ବେଳେ ବିଭିନ୍ନ ସଙ୍ଗଠନ ତରଫ ରୁ ଏହି ପ୍ରମୁଖ ଦାବି ହେଉଛି। ଏ ନେଇ ସ୍ଥାନୀୟ ବିଧାୟିକା ଙ୍କ ଆନ୍ତରିକତା ର ଅଭାବ ଓ ନେତୃତ୍ଵ ର ଅଭାବ ଯୋଗୁଁ ଏ ସବୁ ସମସ୍ୟା ସମାଧାନ ହୋଇ ପାରୁନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

Previous Post Next Post
Header ADS