BREAKING
Loading...
:

ଜାଲ ଶିକ୍ଷା ପ୍ରମାଣ ପତ୍ର ମାମଲା ର ସବିଶେଷ ତଦନ୍ତ ଦାବୀ

 ଜାଲ ଶିକ୍ଷା ପ୍ରମାଣ ପତ୍ର ମାମଲା ର ସବିଶେଷ ତଦନ୍ତ ଦାବୀ ।





ବଲାଙ୍ଗିର( ମଣିଭଦ୍ରା ଖବର) ବିଦ୍ୟାର୍ଥୀ ଓ ଚାକିରୀ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଜାଲ ସାର୍ଟିଫିକେଟ ଦେଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା  ଏକ ଘରୋଇ ଶିକ୍ଷାନୁଷ୍ଠାନ ଉପରେ ଆଜି ବଲାଙ୍ଗିର ପୋଲିସ ଚଢାଉ କରିଛି l  ଶହଶହ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଏପରି ଏକ ଶିକ୍ଷାନୁଷ୍ଠାନର କଳା କାରନାମାର ଶେଷରେ ପର୍ଦ୍ଦାଫାସ ହୋଇଛି l ଖୋଳତାଡ଼ ବେଳେ  ଏହି ଶିକ୍ଷାନୁଷ୍ଠାନରୁ ଶହ ଶହ ଜାଲ ସାର୍ଟିଫିକେଟ, ଷ୍ଟାମ୍ପ ଓ ବିପୁଳ ସଂଖ୍ୟାର ଜାଲ କାଗଜପତ୍ର ସବୁ ପୋଲିସର ହାତରେ ଲାଗିଛି  l ଏଥି ସହିତ କୋଚିଂ ସେଣ୍ଟର ପରିସରରୁ ୩ଲକ୍ଷ  ୭୪ ହଜାର ଟଙ୍କା ର ଅର୍ଥ ରାଶି ମଧ୍ଯ ଜବତ କରାଯାଇଛି l ବଲାଙ୍ଗିର ମିସନ ପଡିଆ ସାମନା ରେ  ବହୁ ବର୍ଷରୁ ଏକ ଭଡା ଘରେ ଚାଲିଥିବା ରିଲାଏନ୍ସ ଏଜୁକେସନାଲ କମ୍ପ୍ଲେକ୍ସରେ ବହୁ ଦିନରୁ ଏପରି କାରବାର ଚାଲିଥିବା ଖବର ପାଇବା ପରେ ବଲାଙ୍ଗିର ପୋଲିସ ପକ୍ଷରୁ ଏହି ଶିକ୍ଷାନୁଷ୍ଠାନ ଉପରେ ଅତର୍କିତ ଚଢାଉ କରିଥିଲା l ଏ ସଂକ୍ରାନ୍ତରେ ଶିକ୍ଷାନୁଷ୍ଠାନର ନିର୍ଦେଶକ ମନୋଜ ମିଶ୍ର ଓ ସେଠାକାର ଜଣେ କର୍ମଚାରୀ କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରହିଛି ରଖିଛି । ବହୁ ଦିନରୁ ଏଠି +2, +3, ବିଇଡ଼ି ସହ ସରକାରୀ ଚାକିରୀ ପାଇଁ କୋଚିଂ ଦିଆଯାଇ ଆସୁଅଛି l  ବର୍ତମାନ ପୋଷ୍ଟାଲ ଡିପାର୍ଟମେଣ୍ଟ ରେ ଚାକିରୀ ପାଇଁ ଆବେଦନ କରିଥିବା ଏହି ଶିକ୍ଷାନୁଷ୍ଠାନର ହାରାହାରି ୩୭ ଜଣଙ୍କ  ସାର୍ଟିଫିକେଟ ନକଲି ବାହାରିବା ପରି ଏକ ଚାଞ୍ଚଲ୍ଯକର ଘଟଣା ପଦାକୁ ଆସିବା ପରେ ପ୍ରଶାସନ ଏ ବିଷୟ ପ୍ରତି ଗୁରୁତ୍ୱ ଦେଇ ଯାଞ୍ଚ ପାଇଁ ନିର୍ଦେଶ ଦେଇଥିଲା l ବଲାଙ୍ଗିର ଟାଉନ୍ ପୋଲିସ ର ଏକ ସ୍କ୍ୱାର୍ଡ ଏହି କୋଚିଂ ସେଣ୍ଟରକୁ ଆସି ସମସ୍ତ କାଗଜପତ୍ର ଆଦି ର ତନ୍ନ, ତନ୍ନ କରି ଯାଞ୍ଚ କରୁଛି l ଏପରି କି ପ୍ରାୟ ଚାରି ବର୍ଷ ମଧ୍ୟରେ ଜିଲ୍ଲାରୁ ତଥା ରାଜ୍ୟ ଓ ରାଜ୍ୟ ବାହାରେ ସରକାରୀ, ବେସରକାରୀ ଚାକିରି କରୁଥିବା ଅନେକ କର୍ମଚାରୀ ନିଯୁକ୍ତ ରହିଥିବା ସୂଚନା ମିଳିଛି। ଏ ନେଇ ବିଭାଗୀୟ ଅଧିକାରୀ ଗୁରୁତର ସହ ସବିଶେଷ ତଦନ୍ତ କରିବା ନେଇ ସାଧାରଣ ରେ ଦାବି ହେଉଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS