BREAKING
Loading...
:

କର୍ତ୍ତବ୍ୟରେ ଅବହେଳା ଓ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ନିଲମ୍ବିତ

 କର୍ତ୍ତବ୍ୟରେ ଅବହେଳା ଓ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ନିଲମ୍ବିତ




ଖଣ୍ଡପଡ଼ା (ମଣିଭଦ୍ରା ଖବର) କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ସହ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା ଅଭିଯୋଗ ପରେ ଖଣ୍ଡପଡା ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ନିହାର ରଞ୍ଜନ ଦାଶଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି l ଘଟଣାରୁ ପ୍ରକାଶ ସମ୍ପୃକ୍ତ କ୍ରୀଡା ଶିକ୍ଷକ ଜଣକ ବାରମ୍ବାର କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଆସୁଥିବା ନେଇ ଅଭିଯୋଗ ଉଠିଥିଲା l ତତ ସହିତ ଅଧୟନରତ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା ନେଇ କେତେକ ଛାତ୍ରୀ ଓ ଅବିଭାବକମାନେ ବିଦ୍ୟାଳୟର ଅଧକ୍ଷଙ୍କୁ ଜଣାଇଥିଲେ l ଅଧକ୍ଷ ମନୋଜ କୁମାର ବିଶ୍ୱାଳ ଏ ସମ୍ପର୍କରେ ନୟାଗଡ ଜିଲ୍ଲପାଳ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦେଶକଙ୍କୁ ଲିଖିତ ଅଭିଯୋଗ କରିଥିଲେ l ଅନୁଷ୍ଠାନ ପରିସରରେ ଲାଗିଥିବା ସି ସି ଟି ଭି ଫୁଟେଜ ଓ ପାରିପାର୍ଶ୍ଵିକ ତଥ୍ୟକୁ ଆଧାର କରି ଉଚ୍ଚ କର୍ତ୍ତୃପକ୍ଷ ଅଭିଯୋଗର ସତ୍ୟତା ଉପଲବ୍ଧ କରିବା ପରେ ସମ୍ପୃକ୍ତ କ୍ରୀଡା ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣା ପଡିଛି l ଅଭିଯୋଗ ସମ୍ପର୍କରେ କ୍ରୀଡା ଶିକ୍ଷକଙ୍କୁ ଯୋଗାଯୋଗ କରିବାରେ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର କୌଣସି ସତ୍ୟତା ନ ଥିବା କଥା ପ୍ରକାଶ କରିଛନ୍ତି l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,


ମଣିଭଦ୍ରା ଖବର l

Post a Comment

أحدث أقدم
Header ADS