ଖଣ୍ଡପଡାରେ ବେଆଇନ ଆବାସିକ କୋଚିଂ ସେଣ୍ଟର!
ଖଣ୍ଡପଡା (ମଣିଭଦ୍ରା ଖବର) ବ୍ଲକ ଓ ବି ଇ ଓ କାର୍ଯ୍ୟାଳୟ ପରିସର ଠାରୁ ଏକ ଶହରୁ ତିନି ଶହ ମିଟର ଦୂରତ୍ୱ ମଧ୍ୟରେ ବିନା ପଞ୍ଜିକରଣରେ ଦୁଇ ଦୁଇଟା ବେଆଇନ ଭାବେ ଆବାସିକ କୋଚିଂ ସେଣ୍ଟର ଖୋଲିଥିବା ପ୍ରଶାସନର ସ୍ଥାଣୁତା ପ୍ରତି ଆଙ୍ଗୁଳି ନିର୍ଦ୍ଧେଶ କରୁଛି l ଏହାକୁ ଦୂର ଦୂରାନ୍ତରୁ ଆଦର୍ଶ ବିଦ୍ୟାଳୟକୁ ପାଠ ପଢିବାକୁ ଆସୁଥିବା ଛାତ୍ର ଛାତ୍ରୀ ମାନେ ଏହି କୋଚିଂ ସେଣ୍ଟରରେ ରୁହନ୍ତି l ଏଠାରେ ପିଲାମାନେ ସାମାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା କଥା ଦେଖିବାକୁ ମିଳୁଛି l ପିଲାମାନେ ଶୌଚ ପାଇଁ ନିକଟରେ ଥିବା ଜଙ୍ଗଲକୁ ଯାଉଥିବା ବେଳେ ସ୍ନାନ ପାଇଁ ସ୍ଥାନୀୟ ପେଟ୍ରୋଲ ପମ୍ପରେ ଗାଧୋଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି l ଏହା ଦ୍ୱାରା ଶୌଚ ପାଇଁ ଜଙ୍ଗଲକୁ ଯିବା ବେଳେ ବନ୍ୟ ପ୍ରାଣୀ ତଥା ସରୀସୃପଙ୍କ ଆକ୍ରମଣର ସମ୍ଭାବନା ଥିବାବେଳେ ଗାଧୋଇବା ପାଇଁ ପେଟ୍ରୋଲ ପମ୍ପକୁ ଯିବା ବେଳେ ବେପାରୱା ଗାଡି ଚାଳକଙ୍କ ଦ୍ୱାରା ଦୁର୍ଘଟଣାରେ ଶିକାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ l ଅଭିଭାବକମାନେ ମୋଟା ଅଙ୍କର ଟଙ୍କା ଗଣି ସୁଦ୍ଧା ନିଜ ପିଲାମାନଙ୍କର ମୂଲ୍ୟବାନ ଜୀବନକୁ ବିପଦପୂର୍ଣ୍ଣ ଅବସ୍ଥାରେ ରଖିବାକୁ ବାଧ୍ୟ୍ୟ ହେଉଛନ୍ତି l
ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,
ମଣିଭଦ୍ରା ଖବର l
إرسال تعليق