ବେକରେ ଦୌଡ଼ି ଲାଗି ରହିଥିବା ମୃତ ଯୁବତି ଙ୍କ ଶବ ଉଦ୍ଧାର ।
ବଲାଙ୍ଗୀର/ମୁରିବାହାଲ (ମଣିଭଦ୍ରା ଖବର) ମୁରିବାହାଲ ଥାନା ଅନ୍ତର୍ଗତ ଗାଁରେଇ ଗ୍ରାମର ଜଣେ ଯୁବତୀ ବେକ୍ରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ଗଂରେଇ ଗ୍ରାମର ପରମେଶ୍ବର ବାଗଙ୍କ ଏକମାତ୍ର ଝିଅ ଗୀତାଞ୍ଜଳି ବାଗ(୧୮) ଗତ ରବିବାର ସନ୍ଧ୍ୟା ପ୍ରାୟ ୭ ଟା ସମୟ ରେ ତାଙ୍କ ଘରେ କେହି ନ ଥିବା ବେଳେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୁରିବାହାଲକୁ ଯାଇଥିବା ତାଙ୍କ ବାପା, ମାଆ ଘରକୁ ଫେରି ବେକରେ ଏକ ଦୌଡ଼ି ଲାଗି ମୃତ ଗୀତାଞ୍ଜଳି ତଳେ ପଡିଥିବା ଦେଖିଥିଲେ । ସୋମବାର ମୃତ ଗୀତାଞ୍ଜଳିଙ୍କ ମା ଧନମତୀ ବାଗଙ୍କ ଏତଲା ଆଧାରରେ ପୁଲିସ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏ ନେଇ କେଶ ନ ୦୩/୨୩ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଏସଆଇ ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
Post a Comment