ଆଦର୍ଶ ବିଦ୍ୟାଳୟ ପରିସରରେ ବିଶ୍ଵ ଜଙ୍ଗଲ ଦିବସ ପାଳିତ
ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ଆଦର୍ଶ ବିଦ୍ୟାଳୟ ପରିସରରେ ବିଶ୍ଵ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜଙ୍ଗଲ ଉପକାରିତା, ଜଙ୍ଗଲ କ୍ଷୟ ଏବଂ ସୁରକ୍ଷା ନିମନ୍ତେ ଯତ୍ନଶୀଳ ହେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ବାନ କରାଯାଇଥିଲା । ଫରେଷ୍ଟର ଛାତ୍ର ଛାତ୍ରୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ । ଜଙ୍ଗଲ ଓ ସ୍ବାସ୍ଥ୍ୟ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ପ୍ରାୟ ୫୦ ରୁ ଅଧିକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଫରେଷ୍ଟର ସରିତା ବରାଳ, ଫରେଷ୍ଟ ଗାର୍ଡ ଧରଣିଧର ନାୟକ, ଦୀପିକା ନାୟକ,ବୈଷ୍ଣବୀ ନାୟକ, ଅଧ୍ୟକ୍ଷ ରଞ୍ଜନ କୁମାର ସାହୁ, ପରିବେଶବିତ୍ ତଥା ବରିଷ୍ଠ ଶିକ୍ଷକ ବାମନ ଚରଣ ବାରିକି ପ୍ରମୁଖ ଉପସ୍ଥିତ ଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ମଣିଭଦ୍ରା ଖବର, ଗଣିଆ ନୟାଗଡ
Post a Comment