ଗଣିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ନେତ୍ରରଞ୍ଜନ ମିଶ୍ରଙ୍କ ଅଚାନକ ନୂଆଗାଁ ବଦଳି
ଗଣିଆ୦୧/୦୨(ମଣିଭଦ୍ରା ଖବର) ଗଣିଆ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ନେତ୍ରରଞ୍ଜନ ମିଶ୍ରଙ୍କର ଅଚାନକ ନୂଆଗାଁ ବଦଳି ହୋଇଥିବା ଜଣାପଡିଛି । ଜିଲ୍ଲା କାର୍ଯ୍ୟାଳୟ ଚିଠି ନ ୧୨୨୯ରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲାର ଗଣିଆ, ନୂଆଗାଁ,ଦଶପଲ୍ଲା ଏବଂ ଖଣ୍ଡପଡ଼ାରେ କାର୍ଯ୍ୟରତ ୪ କନିଷ୍ଠ ଯନ୍ତ୍ରୀଙ୍କର ବଦଳି ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଶ୍ରୀମିଶ୍ରଙ୍କର ନୂଆଗାଁ ବ୍ଳକକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ନୂଆଗାଁ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପୁଷ୍ପାଞ୍ଜଳି ମୁର୍ମୁଙ୍କର ଗଣିଆ ବ୍ଳକକୁ ବଦଳି ହୋଇଛି । ତେବେ ଆଗରୁ କିଛି ସୁରାକ ନଥିବା ବେଳେ ଅଚାନକ ଏଭଳି ବଦଳି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଶ୍ରୀମିଶ୍ର ତୁରନ୍ତ ତାଙ୍କ ନୂତନ ସ୍ଥାନରେ ଯୋଗ ଦେବାକୁ ଚିଠିରେ ଉଲ୍ଲେଖ ଥିବା ଜଣାପଡିଛି ।
ରିପୋର୍ଟ ମଣିଭଦ୍ରା ଖବର ଗଣିଆ
إرسال تعليق