BREAKING
Loading...
:

ତତଲାଗଡ ରେ ଗ୍ରୀଷ୍ମ ପ୍ରବାହ ସହ ଏବେଠୁ ପାଣି ଚିନ୍ତା,୧୩ ଅଂଶୁଘାତ ର ଶିକାର, ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି।

 ତତଲାଗଡ ରେ ଗ୍ରୀଷ୍ମ ପ୍ରବାହ ସହ ଏବେଠୁ ପାଣି ଚିନ୍ତା,୧୩ ଅଂଶୁଘାତ ର ଶିକାର, ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି।




ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର )ତତଲାଗଡ ରୂପେ ଚିର ପରିଚିତ ଓ ଅତୀତରେ ୫୦ ଡିଗ୍ରୀ ତାପମାତ୍ରା ସରକାରୀ ଭାବେ ରେକର୍ଡ କରାଯାଇଥିବା ବେଳେ ଏବେ ଠାରୁ ଅସହ୍ୟ ତାପପ୍ରବାହ ନେଇ ସାଧାରଣ ରେ ଭାଳେଣି ସୃଷ୍ଟି ହୋଇଛି। ସହର ରେ ପୋଖରୀ, କୁଅ ଗୁଡିକ ଶୁଖିବା ଓ ପୋଖରୀ ଗୁଡିକ ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସରକାରୀ ଭାବେ କେବଳ ବିସ୍ଥାପିତ ଓ ଥଇଥାନ କରାଯିବା ନେଇ କେବଳ କାଗଜ, କଲମରେ ସିମୀତ ରଖିଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ସେହିପରି ଦିର୍ଘ ବର୍ଷ ଧରି ଜିଲ୍ଲା ଓ ନିକଟସ୍ଥ ତେଲ ନଦୀ ରୁ ପାନୀୟ ଜଳ ଯୋଗାଣ ଦାବିକରି ଦିର୍ଘ ବର୍ଷ ଧରି ନିର୍ବାଚନ ବର୍ଜନ କରାଯାଇ ଥିଲା।

 ନିକଟସ୍ଥ ତେଲ ନଦୀ ରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସତ୍ତ୍ଵେ ବର୍ତ୍ତମାନ୍ ସୁଦ୍ଧା ସଠିକ ଭାବେ ପାନୀୟ ଜଳ ଯୋଗାଣ ହୋଇ ନ ପାରିବା ନେଇ ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ମାସକୁ ଦୁଇ,ତିନି ଥର ମାତ୍ର ଜଳ ଯୋଗାଣ କରାଯାଉ ଥିବା ଯୋଗୁଁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଶନିବାର ଦିନ ଟିଟିଲାଗଡ ର ତାପମାତ୍ରା ୪୦ ଡିଗ୍ରୀ କୁ ଛୁଇଁ ଥିବା ବେଳେ ଆଗାମୀ ଦିନରେ କିଭଳି ସ୍ଥିତି ସୃଷ୍ଟି ହେବ ଚିନ୍ତା ର ବିଷୟ ?

ନାଳ,ନର୍ଦ୍ଦମା ସହ ସୁସ୍କ ହୋଇ ଅବ୍ୟବହୃତ ପୋଖରୀ ଗୁଡିକ ଅବ୍ୟବହୃତ ହୋଇ ରହିଛି । ସେହିପରି ସହର ର ଟିଟିଲାଗଡ ହାଟପଦା ଦୈନିକ ଓ ସାପ୍ତାହିକ ବଜାର ଉପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଛୋଟ ବଡ ବ୍ୟବସାୟୀ ନିର୍ଭର କରୁଥିବା ବେଳେ ଏଠି ବଜାର ଅର୍ଦ୍ଧ ନିର୍ମିତ ହୋଇ ରହିବା ଯୋଗୁଁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଏହି ଉପଖଣ୍ଡ ଅଞ୍ଚଳର ୧୩ ଜଣ ବର୍ତ୍ତମାନ୍ ସୁଦ୍ଧା ଅଂଶୁଘାତ ରେ ଆକ୍ରାନ୍ତ ହୋଇ ଥିବା ଜଣାଯାଇଛି ।

ଅତୀତ ରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବା, ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଣ ଭଳି ତୁରନ୍ତ ବ୍ୟବସ୍ଥା ସହ ଅଂଶୁଘାତ କକ୍ଷ କାର୍ଯ୍ୟକାରୀ କରିବା ଜିଲ୍ଲା ଜନସେବା ସି,ବି,ଓ ତରଫରୁ ଲିଖିତ ଦାବି ପତ୍ର ପ୍ରେରଣ କରାଯାଇଛି ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 



Post a Comment

Previous Post Next Post
Header ADS