ନାମ ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ବାରୀ ପଞ୍ଚାୟତ ବଧିଲି ପୁର ଗ୍ରାମ ଓ କାପ୍ତା ପଲ୍ଲୀ ପଞ୍ଚାୟତ ଘୋଡକା ବାରୀ ଗ୍ରାମ ରେ ନାମ ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ଦ୍ଵାରା କିପରି ଭାଇଚାରା ସୃଷ୍ଟି ହୁଏ ସେ ଉପରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବେରୁଆଁ ବାରୀ ପଞ୍ଚାୟତ ସରପଞ୍ଚ,ସମିତି ସଭ୍ୟ କେଦାର ସେଠୀ,ବିଜେଡ଼ି ସଂଗଠକ ସନାତନ ବେହେରା, କାପ୍ତାପଲ୍ଲୀ ସରପଞ୍ଚ ସାରସ ସାହୁ,ସମିତି ସଭ୍ୟା,ବ୍ଲକ୍ ବିଜେଡ଼ି ଯୁବ ଉପ ସଭାପତି ସଞ୍ଜୀବ କୁମାର ଡାକୁଆ, ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment