ବେଆଇନ କଫ ସିରଫ ଜବତ ସହ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ।
ବଲାଙ୍ଗୀର (ମଣିଭଦ୍ରା ଖବର)ବଲାଙ୍ଗୀର ସହର ର ଚିମନଭାଡ଼ି ପଡ଼ା ରେ ବଲାଙ୍ଗିର ପୋଲିସ ଗୋପନୀୟ ସୂତ୍ରରୁ ଖବର ପାଇ ବିପୁଳ ପରିମାଣ ର ଏସକଫ ନାମ୍ନୀ କଫ ସିରଫ ଓ ନିଶା ବାଟିକା ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ବଲାଙ୍ଗିର ଟାଉନ୍ ପୋଲିସ ତରଫ ରୁ ଦିଜନ ଓରଫ ମନରଞ୍ଜନ ପଧାନ ନାମକ ଜଣେ ବ୍ୟକ୍ତି ଅବୈଧ ଭାବରେ କଫ ସିରପ ଓ ନିଶା ବାଟିକା ଦୀର୍ଘ ଦିନ ଧରି କାରବାର କରି ଆସୁଥିଲା । ୯୨ ଗୋଟି ସିଲ୍ ଥିବା ଏସ୍କଫ୍ କଫ୍ ସିରପ ବୋତଲ, ଦୁଇ ଷ୍ଟ୍ରିପ୍ ଏଲପ୍ରାକ୍ସ ଟାବଲେଟ ଆଦି ଜବତ୍ କରିଥିବା ବଲାଙ୍ଗିର ଟାଉନ୍ ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରକାଶ ପାଇଛି ।
ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର
Post a Comment