ଲଙ୍କାପୋଡ଼ି ଯାତ୍ରା ପାଇଁ ତୃତୀୟ ପ୍ରସ୍ତୁତି ବୈଠକ
ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ଓ କୁଆଁରୀଆ ମହୋତ୍ସବ- ୨୦୨୩ ର ସଫଳ ଆୟୋଜନ ନିମନ୍ତେ ମଙ୍ଗଳବାର ଦିନ ଦଶପଲ୍ଲା ମହାବୀର କ୍ଷେତ୍ର ଠାରେ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଯାତ୍ରା କମିଟି ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା , ତହସିଲଦାର ଶ୍ରୀକୁମାର ରଥ,ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର, ମହାବୀର ବଣିକ ସଂଘ ର ସଭାପତି ଅଲେଖ କୁମାର ସାହୁ ଏବଂ ପ୍ରତ୍ୟେକ କମିଟି ର ଆବାହକ ଓ ଯାତ୍ରା କମିଟି ର କର୍ମକର୍ତ୍ତା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ଯାତ୍ରା କୁ ଗତ ଯାତ୍ରା ଅପେକ୍ଷା କିପରି ଭାବରେ ସରସ, ସୁନ୍ଦର ଓ ଆକରଷଣୀୟ ହେବ ତଥା ଶାନ୍ତି ଶୃଙ୍ଖଳା ପ୍ରଚାର ପ୍ରସାର କିପରି ଭାବରେ ସୁଚାର ରୂପେ ହେବ ଉକ୍ତ ବୈଠକ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହିତ ଦଶପଲ୍ଲା ର ଗଣମାଧ୍ୟମ ର ପ୍ରତିନିଧି ମାନେ ଉକ୍ତ ବୈଠକ ରେ ମଧ୍ୟ ଉପସ୍ଥିତ ଥିଲେ ।ଶେଷରେ ଉପସଭାପତି ତହସିଲଦାର ଶ୍ରୀ କୁମାର ରଥ ଧନ୍ୟବାଦ୍ ଅର୍ପଣ କରି ସଭାସାନ୍ କରିଥିଲେ ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋର୍ଟ୍ ମଣିଭଦ୍ରା ଖବର,
Post a Comment