BREAKING
Loading...
:

ପୁଣି କଫ ସିରଫ ଜବତ,ଅଧିକ ଦର ରେ ଚାଲିଛି ବିକ୍ରୀ,ନିଶା ନିବାରଣ କେନ୍ଦ୍ର ରହୁଛି ବନ୍ଦ

 ପୁଣି କଫ ସିରଫ ଜବତ,ଅଧିକ ଦର ରେ ଚାଲିଛି ବିକ୍ରୀ,ନିଶା ନିବାରଣ କେନ୍ଦ୍ର ରହୁଛି ବନ୍ଦ ।




ବଲାଙ୍ଗୀର (ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲା ପୋଲିସ୍ ପ୍ରଶାସନ ତରଫରୁ ଗତ ୭ଦିନ ତଳେ ଏକ ବଡ ଧରଣ ର ଚଢାଉ କରାଯାଇ ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟ ର କଫସିରପ ଜବତ କରି ୩୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆନ୍ତଃ ରାଜ୍ୟ ସହ କଲିକତା, ହିମାଚଳ ପ୍ରଦେଶ ରୁ ପ୍ରସ୍ତୁତ କର୍ତ୍ତା କମ୍ପାନୀ ରୁ ଚାଲାଣ କରିବା ମାମଲା ରେ ବିପୁଳ ପରିମାଣ ର କଫ ସୀରଫ ଜବତ କରିବା ପରେ ବଲାଙ୍ଗୀର ଜିଲ୍ଲାରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିଲା ।  ହେଲେ ପଡୋଶୀ ରାଜ୍ୟ ଛତିଶଗଡ ର ରାୟପୁର ଓ ଓଡ଼ିଶା ର ବରଗଡ଼ ରେ ଏ ସିରଫ ପ୍ରସ୍ତୁତି ନେଇ ପୋଲିସ୍ କିଛି ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା । ହେଲେ ପୁନଃ ଏହି ବେଆଇନ୍ ଶିରଫ୍ ଓ ଲେବୁଲ ଲଗେଇ ପ୍ରସ୍ତୁତ କରାଯାଉ ଥିବା ଜଣାଯାଇଛି । ଏ ନେଇ ବିଭାଗୀୟ ଅଧିକାରୀ ସ୍ଵତନ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ହେଉଛି । ବିଗତ ଦିନରେ ବଲାଙ୍ଗୀର ସହର ସ୍ଥିତ ଆୟୁର୍ବେଦ ବିକାଶ ଭଣ୍ଡାର  ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ସୀରଫ୍ ଜବତ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଅନେକ ପୁରୁଣା ମାମଲା ରେ ଜଡ଼ିତ ଉକ୍ତ ଅଭିଯୁକ୍ତ ସହ ଜିଲ୍ଲା ର କେତେକ ନିର୍ଦ୍ଦିଷ୍ଟ ଲାଇସେନ୍ସ ଥିବା ଡିଷ୍ଟ୍ରିବିଉଟର ଏହି କାରବାର ରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।ପ୍ରକାଶ ଯେ, କଟକରୁ ଭବାନୀପାଟଣାକୁ ଯାଉଥିବା ଗୋପିନାଥ ବସରେ  ୧୪ପେଟି ଏସ୍ କଫ ନାମ୍ନୀ ବେଆଇନ୍ ନିଶା କଫ ସିରଫ(୨୨୪୦ବୋତଲ) ପୋଲିସ ଜବତ କରିଛି । ଭୋର ଚାରିଟା ବେଳେ ଟିଟିଲାଗଡ ରାସ୍ତାର ସିଂହ ଖମନ୍ ଛକ ନିକଟରେ ଏହି ଚଢାଉ କରାଯାଇଛି। ଆଜି ଉକ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶ ଯେ, ଜିଲ୍ଲା ରେ ଏହି କାରବାର ବନ୍ଦ ଅବା କମିବା ବଦଳରେ ପୂର୍ବ ଭଳି ବିକ୍ରୀ ବୃଦ୍ଧି କରି ବ୍ୟବସାୟୀ ବେଶ୍ ମାଲା,ମାଲ ହେଉଛନ୍ତି । ୨୫୦ ଟଙ୍କାରୁ ଏବେ ତାହା ୩୫୦ଟଙ୍କା,୪୦୦ ଶହ ଟଙ୍କା ମୂଲ୍ୟ ରେ ବିକ୍ରୀ ବୃଦ୍ଧି ପାଇଛି ।

ଏହା ବ୍ୟବହାର କାରି ଙ୍କୁ ଏହି ନିଶା ବନ୍ଦ ପାଇଁ ପ୍ରଶାସନ ତରଫରୁ ବଲାଙ୍ଗୀର ଜିଲ୍ଲା ମ୍ୟାଡ଼ିକଲ କଲେଜ ଡ଼ାକ୍ତରଖାନା ରେ ଏକ ନିଶା ନିବାରଣ କେନ୍ଦ୍ର କାର୍ଯ୍ୟକାରୀ ସତ୍ତ୍ବେ କାହାକୁ ଭର୍ତ୍ତି କରି ରଖିବା କାର୍ଯ୍ୟକାରୀ ହୋଇନି ।

ନିଶା ନିବାରଣ କେନ୍ଦ୍ର ଯାଇ ନିରାଶ ହୋଇ ଫେରି ପୁନଃ ଏହି ବେଆଇନ୍ ସିରଫ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବ୍ୟାପକ ସଚେତନତା ସୃଷ୍ଟି ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ମ୍ୟାଡିକାଲ ଅଫିସର ଦୃଷ୍ଟି ଦେବାକୁ ଦାବି ହେଉଛି।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS