BREAKING
Loading...
:

ଦଶପଲ୍ଲା ଏନ୍.ଏ.ସି ରେ ୦୬ ତମ ସାଧାରଣ ଅଧିବେଶନ

 ଦଶପଲ୍ଲା ଏନ୍.ଏ.ସି ରେ ୦୬ ତମ ସାଧାରଣ ଅଧିବେଶନ



ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ଆଜି ୦୬ ତମ ଅଧିବେଶନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ଏନ୍.ଏ.ସି ଅଧ୍ୟକ୍ଷା ଶ୍ରୀମତୀ ଇଂ ପୁନମ୍ ପ୍ରିୟଦର୍ଶିନୀ, ଏନ୍.ଏ.ସି ଉପାଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ଦାଶ, ଏନ୍.ଏ.ସି ନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର ଙ୍କ ସମେତ ସମସ୍ତ କାଉଁସିଲର ଓ ଏନ୍.ଏ.ସି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପାନୀୟ ଜଳ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ, ଗାନ୍ଧି ପଡ଼ିଆ ଓ ନେତାଜୀ ପଡ଼ିଆ ର ଉନ୍ନତି କରଣ, ଆସନ୍ତା ଲଙ୍କାପୋଡ଼ି ଯାତ୍ରା ନିମନ୍ତେ ମହାବୀର ମନ୍ଦିର ଠାରୁ ଗାନ୍ଧି ପଡ଼ିଆ ପର୍ଯ୍ୟନ୍ତ ସ୍ୱଚ୍ଛତା ଉପରେ ଆଲୋଚନା କରାଯାଇଥିଲା। 


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,

Post a Comment

Previous Post Next Post
Header ADS