ଲଙ୍କାପୋଡ଼ି ଯାତ୍ରା ନିମନ୍ତେ ସାମ୍ବାଦିକ ସମ୍ମିଳନୀ
ଦଶପଲ୍ଲା (ମଣିଭଦ୍ରା ଖବର) ଐତିହାସିକ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ପ୍ରସ୍ତୁତି ନେଇ ମଙ୍ଗଳ ବାର ଦିନ ସନ୍ଧ୍ୟା ସମୟରେ ଜିଲ୍ଲା ପ୍ରାଶାସନିକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ କୁଞ୍ଜବନଗଡ଼ ଠାରେ ଥିବା ମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଇତ୍ଯବସରରେ ଲଙ୍କାପୋଡ଼ି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ସୁବାଷ ଚନ୍ଦ୍ର ରାୟ, ତହସିଲଦାର ଶ୍ରୀକୁମାର ରଥ, ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ, ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀ, ଏନ୍ଏସି କର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଯାତ୍ରା କମିଟିର ସହ ସମ୍ପାଦକ ସୁଶାନ୍ତ କୁମାର ସିଠ ପ୍ରମୁଖ ଉପସ୍ଥିତ ଥିଲେ।
ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,
Post a Comment