BREAKING
Loading...
:

ଓଡିଆ ସାହିତ୍ୟରେ "ସାହିତ୍ୟ ଜନ୍ତାଳ" ଏକ ନୂଆ ଶବ୍ଦ ଯୋଡ଼ି ହେଲା।

 ଓଡିଆ ସାହିତ୍ୟରେ "ସାହିତ୍ୟ ଜନ୍ତାଳ" ଏକ ନୂଆ ଶବ୍ଦ ଯୋଡ଼ି ହେଲା।



ଗଣିଆ( ମଣିଭଦ୍ରା ଖବର)- ଘଣ୍ଟରାସାହି, ଆଡକଟା, ଗଣିଆ ନୟାଗଡ଼ ରେ ସମାଜ କୈନ୍ଦ୍ରିକ ସାହିତ୍ୟ ଅନୁଷ୍ଠାନ "ମାଟିର ସ୍ୱର" ତରଫରୁ ଦ୍ୱିତୀୟ ବାର୍ଷିକ ସାହିତ୍ୟ ଜନ୍ତାଳ ସିତଲିଆ ବସ୍ତିରେ ଅନୁଷ୍ଠିତ ହୋଇଯାଇଛି।


ବିଶିଷ୍ଟ ସାହିତ୍ୟିକା, ଲେଖିକା, ପ୍ରାକ୍ତନ ପ୍ରାଧ୍ୟାପିକା, ସମାଜ ସେବୀ ତଥା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବରିଷ୍ଟ ଲେଖିକା ଓ ଗାଳ୍ପିକା ଶ୍ରୀମତୀ ବାସନ୍ତୀ ମହାନ୍ତି ମହୋଦୟା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ପ୍ରାଧ୍ୟାପକ କୁଳମଣୀ ବାରିକ, ପ୍ରାଧ୍ୟାପକ ଶିବବ୍ରତ ନାଥ,ଓ ବରିଷ୍ଟ କଵୀ କାନନ ବାଳା ଦାଶ ମହୋଦୟା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ପଲ୍ଲୀ କବି ଓ ସମାଜସେବୀ ଶ୍ରୀଯୁକ୍ତ ମହେଶ୍ଵର ବେହେରା ମହୋଦୟ ଉକ୍ତ ସଭାରେ ସଭାପତିତ୍ଵ କରିଥିଲେ।


ମାଟିର ସ୍ୱର ଅନୁଷ୍ଠାନର ପ୍ରିୟ ଗାଁ

ଧୂଆମଡ଼ା ର ସମସ୍ତ ମହିଳା, ପୁରୁଷ, ଛାତ୍ର ଛାତ୍ରୀ ତଥା ଯୁବକ ଯୁବତୀ ସାରସ୍ବତ ସାହିତ୍ୟ ସାଧକ ଓ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଗ୍ରାମ୍ୟ ପରିକ୍ରମା କରିଥିଲେ ଏବଂ ଅନୁଷ୍ଠିତ ସାଧାରଣ ସଭାରେ ନିଜ ଗାଁ ର ବୌଦ୍ଧିକ ନୈତିକ ପରିବର୍ତ୍ତନ ପାଇଁ ଏକ ଗ୍ରାମ୍ୟ ସ୍ତରୀୟ ପାଠାଗାର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।ଅତିଥି ମାନଙ୍କ କର କମଳରେ ପାଠାଗାରର ଶୁଭ ଅନୁକୂଳ କରାଯାଇଥିଲା ଏବଂ ଡ. ବାସନ୍ତୀ ମହାନ୍ତି, ଗାଳ୍ପିକା, ଭୁବନେଶ୍ୱରଙ୍କ ଦ୍ଵାରା ଲିଖିତ ବିଭିନ୍ନ ଗଳ୍ପ ସଂକଳନ ନୂତନ ପାଠାଗାର ଉଦେଶ୍ୟରେ ଗ୍ରାମ୍ୟ ମହିଳା ମାନଙ୍କୁ ପ୍ରଦାନ କରଯାଇଛି । ବିଶିଷ୍ଟ କଥାକାର ଦିବଙ୍ଗତ ସୁରେନ୍ଦ୍ର ମହାନ୍ତି ଟ୍ରଷ୍ଟ ପକ୍ଷରୁ ଏହି ପାଠାଗାର ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଅତିଥି ଲୋପାମୁଦ୍ରା ମହାନ୍ତି ଘୋଷଣା କରିଥିଲେ। 


ପ୍ରାଧ୍ୟାପକ କୁଳମଣୀ ବାରିକି ଏହି ଗ୍ରାମର ଉଦ୍ୟମ ଓ ନିଷ୍ଠା ଚେଷ୍ଠା କୁ ପ୍ରଶଂସା କରିବା ସହିତ ଏ ପାଠାଗାର ଗ୍ରାମବାସୀଙ୍କ ଉନ୍ନତି ଓ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ଗ୍ରାମ କମିଟି ଓ ମହିଳା ମାନଙ୍କ ତରଫରୁ ଏ କାର୍ଯ୍ୟକୁ ଆଗକୁ ଆଗେଇ ନେବା ପାଇଁ ସଂପୂର୍ଣ୍ଣ ସହଯୋଗ କରିବା କୁ ଗ୍ରାମ ବାସୀ ଘୋଷଣା କରିଥିଲେ।


ମାଟିର ସ୍ୱର ଅନୁଷ୍ଠାନ ତରଫରୁ

 ଆୟୋଜିତ "ସାହିତ୍ୟ ଜନ୍ତାଳ" ଶବ୍ଦଟି ଓଡିଆ ଭାଷା ସାହିତ୍ୟରେ ନୂଆ ଶବ୍ଦ ଯୋଡ଼ି ହେଲା ବୋଲି ମୂଖ୍ୟ ଅତିଥି ଲୋପାମୁଦ୍ରା ମହାନ୍ତି ନିଜ ବକ୍ତବ୍ୟରେ କହିଥିଲା ବେଳେ ମୂଖ୍ୟ ବକ୍ତା ଲେଖିକା ଡ. ବାସନ୍ତୀ ମହାନ୍ତି କହିଥିଲେ ଯେ, ଏ ଅଭିନବ ପ୍ରୟାସ ସମଗ୍ର ସାହିତ୍ୟ ଅନୁଷ୍ଠାନ ଓ ସାହିତ୍ୟିକ ମାନଙ୍କୁ ନୂଆ ବାର୍ତ୍ତା ଦେବ ନିଶ୍ଚୟ। ସର୍ବୋପରି ପ୍ରାଧ୍ୟାପକ କୁଳମଣୀ ବରିକି, ପ୍ରାଧ୍ୟାପକ ଶିବବ୍ରତ ନାଥ, କାନନବାଳା ଦାଶ ଇତ୍ୟାଦି ଏ କାର୍ଯ୍ୟକୁ ସବୁ ସ୍ତରରୁ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ।


ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା,ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦଳବେହେରା,ସୁରେଶ କୁମାର ସାହୁ ଇତ୍ୟାଦି ସୀତଳିଆ ସମ୍ପ୍ରଦାୟ ଙ୍କ ଜୀବନ ଜୀବିକା କଳା କୃତି ଦୁଃଖ ଭୋକ ଇତ୍ୟାଦି କୁ ଆଧାର କରି ନିଜ ନିଜର କବିତା ଉପସ୍ଥାପନା କରିଥିଲେ। ବରିଷ୍ଟ କବି ଓ ସମାଜସେବୀ ଶ୍ରୀଯୁକ୍ତ ମହେଶ୍ଵର ବେହେରା ମହୋଦୟ ଏ ସଭାରେ ସଭାପତିତ୍ଵ କରି ଥିଲା ବେଳେ ପ୍ରଭାତ କୁମାର ସାହୁ ଏ ସଭା କାର୍ଯ୍ୟକୁ ସଂଯୋଜନା କରିଥିଲେ।


ସର୍ବୋପରି ଗଛ ମଣିଷ ଶ୍ରୀଯୁକ୍ତ ଦେବରାଜ ସାହୁ,ଶ୍ରୀଯୁକ୍ତ ବନମାଳୀ ସାହୁ, ଶ୍ରୀଯୁକ୍ତ 

ଚନ୍ଦ୍ରଶେଖର ସାହୁ,ଶ୍ରୀଯୁକ୍ତ ମାୟାଧର ସାହୁ, ଜୀତେନ୍ଦ୍ର ମହାରଣା,ବିଜୟ କୁମାର 

ସେଠୀ,କଳ୍ପନା ଗଜେନ୍ଦ୍ର ସମେତ ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ,ସମାଜସେବୀ ଓ ସାମ୍ୱାଦିକ ଏ ଜନ୍ତାଳ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।


ସୀତଲିଆ ଙ୍କ ବିଭିନ୍ନ ସମସ୍ୟା ଗ୍ରାମବାସୀ ଉପସ୍ଥାପନ କରିବା ସହିତ ସେମାନଙ୍କ ଦ୍ଵାରା ନିର୍ମିତ ପିତ୍ତଳ ନିର୍ମିତ ବିଭିନ୍ନ କାରୁକାର୍ଯ୍ୟ ପ୍ରଦର୍ଶନ କରିଥିଲେ।ସେହି ବସ୍ତିର ଝିଅ ମାନେ ନୃତ୍ୟ ଗୀତ ପରିବେଷଣ କରି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଶେଷରେ ଜାତି,ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଓ ଭେଦ ଭାବ ଠାରୁ ଉର୍ଦ୍ଧ୍ୱରେ ରହି  ପଙ୍କ୍ତି ଭୋଜନ ମାଧ୍ୟମରେ ସମତା ଭିତ୍ତିକ ସମାଜ ପ୍ରତିଷ୍ଠା କରିବା ପାଇଁ ବାର୍ତ୍ତା ଦେଇଥିଲେ।

****************************

Post a Comment

Previous Post Next Post
Header ADS