ଜାଗର ପାଇଁ ଚଳଚଞ୍ଚଳ ହୋଇଉଠିଛି ବୌଦ୍ଧ ଜିଲ୍ଲା ସମସ୍ତ ବ୍ଲକ ର ଶୈବପୀଠ l
ବୌଦ୍ଧ ଜିଲ୍ଲା(ମଣିଭଦ୍ରା ଖବର)
ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ପାଳନ ପାଇଁ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକ ତଥା ହରଭଙ୍ଗା, ବୌଦ୍ଧ, ଏବଂ କଣ୍ଟାମାଲ ବ୍ଲକ ରେ ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର ଚଳଚଞ୍ଚଳ ହୋଇଛି l ଜିଲାରେ 100 ରୁ ଅଧିକ ସ୍ଥାନରେ ଶିବ ମନ୍ଦିର ରହିଛି l ଜିଲ୍ଲାର ସହରରେ ଥିବା ରାମେଶ୍ୱର ମନ୍ଦିର, ବଙ୍କା ପଡା କାଶୀନାଥ ମନ୍ଦିର, କରଡ଼ି ଚାମ୍ପେଶ୍ୱର ମହାଦେବ ଶିବ ମନ୍ଦିର, ରାମଗଡ଼ ଶୀଧେଶ୍ୱର ଶିବ ମନ୍ଦିର, ଧଳପୁର ଶିବ ମନ୍ଦିର ଜଗତି ଚାରିଶମ୍ଭୁ ମହାଦେବ ମନ୍ଦିର, ବାଉସୁଣୀ ଶିବ ମନ୍ଦିର, ମନମୁଣ୍ଡା ଶିବ ମନ୍ଦିର, ଶଗଡା ଶିବ ମନ୍ଦିର, ଖୁଣ୍ଟିଗୋରା ଶିବ ମନ୍ଦିର, କଣ୍ଟାମଲ ଶିବ ମନ୍ଦିର, ଚଣ୍ଡିତଲ ଗୁପ୍ତେଶ୍ୱର ମନ୍ଦିର ରେ ପୂଜାଆରଧନା କରାଯାଉଛି l
ସେହିପରି ଚାରିଛକ, ଅଡ଼େନିଗଡ ମାଧପୁର, ହରେକୃଷ୍ଣ ପୁର ବଘିଆପଡା,ତଳଗାଁ, ଭଳି ସ୍ଥାନରେ ଶିବ ମନ୍ଦିର ରହିଛି l ଏହି ସବୁ ସ୍ଥାନରେ ହଜାର ହଜାର ଭକ୍ତ ଙ୍କ ଗହଳି ହୋଇଥିବା ବେଳେ ହରଭଙ୍ଗା ବ୍ଲକ ବିରନରସିଂହ ପୁର ଗ୍ରାମ ପଞ୍ଚାୟତ କରଡ଼ି ଗ୍ରାମ ର ମହାନଦୀ କୂଳରେ ବିରାଜମାନ କରିଥିବା ଶ୍ରୀ ଶ୍ରୀ ଶ୍ରୀ ଚାମ୍ପେଶ୍ୱର ମହାଦେବ ମନ୍ଦିର ରେ ପ୍ରବଳ ଗହଳି ଦେଖିବାକୁ ମିଳିଛି l ଏବଂ ଏହିସବୁ ସ୍ଥାନରେ ପ୍ରଶାସନ ର ସମସ୍ତ ଆଇନ ଶୃଙ୍ଖଳା ରେ ପ୍ରଭୁ ଙ୍କ ପୂଜା ଆରାଧନା ହେଉଥିବା ବେଳେ ଶିବରାତ୍ରି ଜାଗର ଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l
إرسال تعليق