BREAKING
Loading...
:

ମାଳିସର ମହାବୀର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଣ୍ଡୁସର କ୍ରିକେଟ୍ ଟିମ୍ ବିଜୟୀ

 ମାଳିସର ମହାବୀର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ 

ପଣ୍ଡୁସର କ୍ରିକେଟ୍ ଟିମ୍ ବିଜୟୀ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଳିସର ଗ୍ରାମ ରେ ମହାବୀର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପଣ୍ଡୁସର କ୍ରିକେଟ୍ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫  ଓଭରରେ ୧୦ ଉଇକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲେ ।ଜବାବରେ ମାଳିସର କ୍ରିକେଟ୍ ଟିମ୍ ୯.୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୬୨ ରନ୍ ସଂଗ୍ରହ କରି ମ୍ୟାଚ୍ ଟି ହାରିଯାଇଥିଲେ।ମୁଖ୍ୟ ଅତିଥି ଭାବେ ସମାଜସେବୀ ଆର୍ତ୍ତବନ୍ଧୁ ପାତ୍ର,ଏବଂ ସମ୍ମାନୀତ ଅତିଥି ଭାବେ ସମାଜ ସେବୀ ଗୌରଶ୍ୟାମ ରାଉତ ଯୋଗ ଦେଇଥିବା ବେଳେ ମ୍ୟାଚ୍ ପରିଚାଳନା କରିଥିଲେ ସୁମନ ସ୍ୱାଇଁ ଏବଂ ଆଲୋକ କୁମାର ନାୟକ।ଦ୍ଵିତୀୟ ଦିବସ ମ୍ୟାଚ୍ ଲାଠିପଡ଼ା କ୍ରିକେଟ୍ ଟିମ୍ ଏବଂ କ୍ରିଦାଶ ପୁର କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହେବ।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

أحدث أقدم
Header ADS