BREAKING
Loading...
:

ଗୋପିନାଥପୁର ଗ୍ରାମରୁ ଏକ ହରିଣ ଛୁଆ ଉଦ୍ଧାର

 ଗୋପିନାଥପୁର ଗ୍ରାମରୁ ଏକ ହରିଣ ଛୁଆ ଉଦ୍ଧାର



ଗଣିଆ ୨୬/୦୨(ମଣିଭଦ୍ରା ଖବର) ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ ଗୋପିନାଥପୁର ଗ୍ରାମରୁ ଏକ ହରିଣ ଛୁଆ ଉଦ୍ଧାର କରିଛି ବନବିଭାଗ । ତେବେ ତାର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆ ଯାଇଛି । ହରିଣ ଛୁଆଟି ମଧ୍ୟାହ୍ନରେ ଗ୍ରାମ ନିକଟକୁ ଆସିଥିବା ବେଳେ ତାକୁ କୁକୁର ଗୋଡ଼ାଇ ଥିଲେ । ଫଳରେ ସେ ଗ୍ରାମର ସତ୍ୟବାଦୀ ନାୟକଙ୍କ ଘର ଭିତରକୁ ପଶି ଯାଇଥିଲା । ସତ୍ୟବାଦୀ ହରିଣଟିକୁ ଅତି ଯତ୍ନ ସହକାରେ ଘର ଭିତରେ ରଖି ବନବିଭାଗକୁ ଖବର ଦେଇଥିଲେ । ଫରେଷ୍ଟର ସଞ୍ଜୟ କୁମାର ରାଉତ ଘଟଣାସ୍ଥଳରେ ପହଂଚି ଛୁଆଟିକୁ ଉଦ୍ଧାର କରି ବନବିଭାଗ କାର୍ଯ୍ୟାଳୟକୁ ଆଣି ଥିଲେ । ତେବେ ବନ୍ୟଜନ୍ତୁ ଶିକାର ବଢ଼ି ଚାଲିଥିବା ବେଳେ ସତ୍ୟବାଦୀ ନିଜର ମହାନତା ଦେଖାଇ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଉଥିବାରୁ ବିଭାଗ ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ‌। 


ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS