BREAKING
Loading...
:

ଜାତୀୟ ଆଇନ ସେବା ପ୍ରାଧିକରଣ ଓ ତାଲୁକ୍ ଆଇନ୍ ସେବା ନେଇ ସଚେତନତା ଶିବିର ଅନୁଷ୍ଠିତ।

 ଜାତୀୟ ଆଇନ ସେବା ପ୍ରାଧିକରଣ ଓ ତାଲୁକ୍ ଆଇନ୍ ସେବା ନେଇ ସଚେତନତା ଶିବିର ଅନୁଷ୍ଠିତ।




ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର): ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଶଗଡ଼ଘାଟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ଜାତୀୟ ମହିଳା କମିଶନଙ୍କ ସହାଭାଗିତାରେ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଟିଟିଲାଗଡ଼ ତାଳୁକ ସେବା ସମିତି ପକ୍ଷରୁ ମହିଳାଙ୍କ ଅଧିକାର, ନ୍ୟାୟ ପାଇଁ ଆଇନରେ ବିଭିନ୍ନ ଧାରା,, ସ୍ୱାସ୍ଥ୍ୟ ସେବା ଆଦି ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ତାଳୁକ ସମିତି ଅଧ୍ୟକ୍ଷ ତଥା  ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ଜଜ ରାଜକିଶୋର ମହାପାତ୍ର, ସବ ଜଜ ରମାକାନ୍ତ ମହାନ୍ତି, ଏସଡ଼ିଜେଏମ ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ, ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ବିଡ଼ିଓ ନବୀନ ଚନ୍ଦ୍ର ନାୟକ, ଏସଡ଼ିପିଓ ଅଙ୍କିତା କୁମ୍ଭାର, ଖୋଲାଣ ସିଏଚସି ଅଧିକାରୀ ଡା ମିନିକେତନ କିଷାନ, ସିଡିପିଓ ମିନାକ୍ଷୀ ରାଜ, ଆଇନଜୀବି ସନ୍ଧ୍ୟା ଥପା, ଆଇନ ଛାତ୍ରୀ ପ୍ରତ୍ୟୁଷା ମିଶ୍ର, ଆଇନଜୀବି ସୁରେନ ପଣ୍ଡା ପ୍ରମୁଖ ମତବ୍ୟକ୍ତ କରିଥିଲେ l ଶିବିରରେ ସ୍ଥାନୀୟ ସରପଞ୍ଚ ଚଞ୍ଚଳ ସୁହାନି, ନାଏବ ସରପଞ୍ଚ କିସ୍ମତ ମାଝୀ, ନିର୍ବାହୀ ଅଧିକାରୀ ସୁରେଶ ମିଶ୍ର , ଜିଓ ଟିଚର ପ୍ରଦୀପ ସାହୁ , ଏମ.ବି.କେ ସୁନିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଆଇନଜୀବି ଜୟନ୍ତ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଆଇନ ଜୀବି ରାଜେଶ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ l 


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 



Post a Comment

Previous Post Next Post
Header ADS