BREAKING
Loading...
:

ଆନ୍ତଃଜିଲ୍ଲା ହିନ୍ଦୁସ୍ଥାନ ମହାସମର କପ୍, ହିନ୍ଦୁସ୍ଥାନ ପ୍ରୋଟେକଟର ଟିମ୍ ବିଜୟୀ

 ଆନ୍ତଃଜିଲ୍ଲା ହିନ୍ଦୁସ୍ଥାନ ମହାସମର କପ୍, ହିନ୍ଦୁସ୍ଥାନ ପ୍ରୋଟେକଟର ଟିମ୍ ବିଜୟୀ



ଗଣିଆ (ମଣିଭଦ୍ରା ଖବର) ଗଣିଆ ଡ଼ଃ ଆରସି ସାମନ୍ତରାୟ ମହାବିଦ୍ୟାଳୟର ଏକଲବ୍ୟ ଭ୍ୟାଲି ଖେଳପଡିଆ ଠାରେ ଚାଲିଥିବା ହିନ୍ଦୁସ୍ଥାନ ମହାସମର କପର ଫାଇନାଲ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ଆୟୋଜକ ସାମନ୍ତରାୟ ମହାବିଦ୍ୟାଳୟର  ହିନ୍ଦୁସ୍ଥାନ ପ୍ରୋଟେକଟର ଟିମ୍ ଏବଂ ରଘୁନାଥ ଜୀଉ ମହାବିଦ୍ୟାଳୟ । ପ୍ରଥମେ ବ୍ୟାଟିଂ କରି ରଘୁନାଥ ଜୀଉ ମହାବିଦ୍ୟାଳୟ ୧୫ ଓଭରରେ ବିଶାଳ ୧୪୪ ରନ୍ ସଂଗ୍ରହ କରିଥିଲେ । ତେବେ ଆୟୋଜକ ଦଳ ୫ ଓ୍ବିକେଟ ବାକି ଥାଇ ଏହି ମ୍ୟାଚଟିକୁ ଜିତି ନେଇଛନ୍ତି । ଏହି ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ରଘୁନାଥ ଜୀଉ ମହାବିଦ୍ୟାଳୟର କାଳିଆ ପାଇଥିବା ବେଳେ ମ୍ୟାନ ଅଫ୍ ଦି ସିରିଜ ଆୟୋଜକ ଦଳର ମୁନୁ ପ୍ରଧାନ ପାଇଛନ୍ତି ।


 ମହାବିଦ୍ୟାଳୟର ଉପାଧ୍ୟକ୍ଷ ଉମାକାନ୍ତ ବେହେରା ବିଜୟୀ ଦଳକୁ  ଟ୍ରଫି ସହିତ ୫ ହଜାର ଟଙ୍କା ଏବଂ ରନର୍ସ‌‌‌ ଅପ୍ ଦଳକୁ ଟ୍ରଫି ସହିତ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଉପାଧ୍ୟକ୍ଷ ମହାବିଦ୍ୟାଳୟର ପ୍ରତିଷ୍ଠାତା ଡ଼ଃ ରାମଚନ୍ଦ୍ର ସାମନ୍ତରାୟ, ସମ୍ପାଦକ ଏଲଡାଡ୍ ସାର ବିଶେଷକରି ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି । 


ଗଣିଆ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS