BREAKING
Loading...
:

ଜେଲ ରେ ମୋବାଇଲ ଲୁଟ, ବ୍ୟାପକ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ।

 ଜେଲ ରେ ମୋବାଇଲ ଲୁଟ, ବ୍ୟାପକ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ।




ବଲାଙ୍ଗିର/ଟିଟିଲାଗଡ (ମଣିଭଦ୍ରା ଖବର)ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପ କାରାଗାରରେ ଅବସ୍ଥାପିତ

କାରାପାଳ ଚିତ୍ତରଞ୍ଜନ ସାହୁ ଚଳିତ ବର୍ଷ ଜାନୁୟାରୀ ମାସରେ ଏହି ଉପ କାରାଗାରକୁ ବଦଳି ହୋଇ ଆସିଥିବା ଦିନ ଠାରୁ କାରାପାଳ ଶ୍ରୀ ସାହୁ ଙ୍କ ମାତ୍ରାଧିକ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ଯୋଗୁଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ଏଠାରେ ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟା ଦେଖା ଦେଇଛି । ସରକାରଙ୍କ ଡାଏଡ ଚାର୍ଟ ଆଦେଶକୁ ନ ମାନି ଉପ କାରାଗାର ରେ ଥିବା ଅନ୍ତେବାସୀ ମାନଙ୍କୁ କମ ଓଜନ ପରିମାଣ ରେ

ଖାଦ୍ୟ ଦେଉଛନ୍ତି। ବିଶେଷ କରି ପୋକରା ଡାଲି, ଫିମ୍ପି ମରା ଚାଉଳ ଏବଂ ପଚା, ସଢା ପନି ପରିବା ଓ ରବିବାର ଦିନ ମାଂସ ବଦଳ ରେ ବ୍ରଏଲର  ରୋଗିଣା  ଏବଂ ମଲା କୁକୁଡ଼ା ମାଂସ କୁ କାଟି କମ ଧାର୍ଯ୍ୟ ଓଜନ ଠାରୁ କମ୍ ଓଜନ ର ମାଂସ ଦେଉଥିବା ରୁ ଅନ୍ତେବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଏବଂ ସର୍ଦ୍ଦାର ଓ ବିଚାର ଧୀନ ବନ୍ଦୀ ଙ୍କ ମଧ୍ୟରେ ପାଟି, ତୁଣ୍ଡ ଏବଂ ଗଣ୍ଡଗୋଳ ହେବାର ନଜିର ଅଛି । ଏବଂ ଗ୍ରାମାଞ୍ଚଳ ରୁ ଆସୁଥିବା ବ୍ୟକ୍ତି ତଥା ପରିବାର ବର୍ଗ ବିଚାରଧୀନ ବନ୍ଦୀ ଙ୍କୁ ସାକ୍ଷାତ (ମୁଲାକାତ) କରିବାକୁ ଚାହୁଁଥିଲେ କାରାପାଳ ଙ୍କ ଅନୂପଚାରିକ ନିର୍ଦ୍ଦେଶ 

କ୍ରମେ ଗେଟ ରେ ଡିଉଟି କରୁଥିବା  କାରାରକ୍ଷୀ ମାନେ ପ୍ରଥମେ ୫୦ ଟଙ୍କା ଦିଅ ତା ପରେ ତମର ମୁଲାକାତ ବା ସାକ୍ଷାତ ହେବ କହି ଦାବି ସହ ମୁଲଚାଲ କରି ନେଇଥାନ୍ତି। ଯେଉଁ ପରିବାର ବର୍ଗ ସଙ୍ଗେ, ସଙ୍ଗେ ୫୦/୧୦୦ ଟଙ୍କା କାରାରକ୍ଷୀ ଙ୍କୁ ଦେଇ, ଦେଇଥାନ୍ତି ତୁରନ୍ତ ତାଙ୍କର ମୁଲାକାତ କରେଇ ଦେଇଥାନ୍ତି, ଏବଂ ଯେଉଁ ମାନେ  ମୁଲାକାତ ପାଇଁ ପୂର୍ବରୁ ଆସି ଗେଟ ସମ୍ମୁଖରେ ଦୀର୍ଘ ସମୟ ଧରି ଅପେକ୍ଷା କରି ଥିଲେ ମଧ୍ୟ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଫେରେଇ ଦେଇ ଥାନ୍ତି। ସେହିପରି ୧୬ ଦିନ ତଳେ  ଟିଟିଲାଗଡ ଜେଲ ରେ ବିଚାରଧୀନ ବା ଅନ୍ତେବାସୀ ବନ୍ଦୀ ଥିବା ଖୀରସିନ୍ଧୁ  ସାହୁ ଙ୍କୁ ତାଙ୍କ ସମ୍ପର୍କୀୟ ସ୍ଥାନୀୟ ହାଟପଦା ପଡ଼ା ର ସାଧୁରାମ ସାହୁ  ସାକ୍ଷାତ ନିମନ୍ତେ ଯାଇ ଥିବା ବେଳେ ତାଙ୍କୁ ୧୦୦ ଟଙ୍କା କାରାଗାର ଗେଟ ରେ ଥିବା ଗାର୍ଡ ବା କାରାରକ୍ଷୀ ଦାବି କରି ମାଗିଥିଲେ। ସେ ୩୦ ଟଙ୍କା ଦେବେ ଆଜି ନାହିଁ  କହି ନେହୁରା ହୋଇ ଥିଲେ । ହେଲେ ସେ ୧୦୦ ଟଙ୍କା ଦାବି କରିଥିଲେ ।  ଶେଷରେ ସେ ଧରିଥିବା ତାଙ୍କ ମୋବାଇଲ ରଖି କାଲି ୧୦୦ ଟଙ୍କା ନେଇ ଆସିବୁ ଓ ମୋବାଇଲ ନେବୁ କହିଥିଲେ । ହେଲେ  ଉକ୍ତ ମୋବାଇଲ୍ ପରେ ତିନି ହଜାର ଟଙ୍କା ଦେଲେ ଦିଆଯିବ ବୋଲି କହିଛନ୍ତି ।  ଏପରିକି କାରାପାଳ  ନିଜେ ଉକ୍ତ ମୋବାଇଲ ନମ୍ବର ନେଇ କେଶ ହେଇଯାଇଛି,ଓ ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଦେବ ବୋଲି ନିଜେ ପ୍ରକାଶ କରିଛନ୍ତି ବୋଲି ସେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ମୋବାଇଲ୍ ବର୍ତମାନ ଉକ୍ତ ଜେଲ କର୍ମଚାରୀ ମାନେ ବ୍ୟବହାର କରି ଅନ୍ୟ ମାନଙ୍କ ଏହି ମୋବାଇଲ ରୁ ଫୋନ କରି ଅନ୍ୟ ମାନଙ୍କ ରଖି ଥିବା ମୋବାଇଲ ଓ ତା ପାଇଁ ଟଙ୍କା ତଥା ବିଭିନ୍ନ ପ୍ରକାର ମୂଲଚାଲ ପରି ଅନୈତିକ କାର୍ଯ୍ୟକଳାପ ରେ ବ୍ୟବହାର କରାଯାଇ ଆସୁଛି। ଏହି ପରି ଅନେକ  ଆଖ, ପାଖ,ଦୁର, ଦୁରାନ୍ତ ଅଞ୍ଚଳ ରୁ ଆସୁଥିବା ଲୋକ ଙ୍କ ମୋବାଇଲ ନା, ନା ଆଳରେ ରଖି ମୋଟା ଅଙ୍କର ଅର୍ଥ ନେଇ ହଇରାଣ, ହରକତ କରାଯାଇ ଆସୁଛି । ଏହିପରି ମାତ୍ରାଧିକ ଅନୈତିକ କାର୍ଯ୍ୟକଳାପ ଯୋଗୁଁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଏ ନେଇ ବିଭାଗୀୟ ମୁଖ୍ୟ ଅଧିକାରୀ ତୁରନ୍ତ ସବିଶେଷ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦୃଢ଼ ଦାବି ହେଉଛି।


ବଲାଙ୍ଗୀର ସନ୍ତୋଷ କୁମାର ନାୟକ 

Post a Comment

Previous Post Next Post
Header ADS