BREAKING
Loading...
:

ଜଳାନ୍ତକ ପ୍ରତିଷେଧକ ଟିକାକରଣ କେନ୍ଦ୍ର ଉଦଘାଟିତ

 ଜଳାନ୍ତକ ପ୍ରତିଷେଧକ ଟିକାକରଣ କେନ୍ଦ୍ର ଉଦଘାଟିତ





ଗଣିଆ ୯/୦୨(ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଜଳାନ୍ତକ ପ୍ରତିଷେଧକ ଟୀକା କରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଟିକାକରଣ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ‌‌। ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ଡାକ୍ତର ସାଇରାମ ମହାପାତ୍ର,ଷ୍ଟାଫନର୍ସ ସଶ୍ମିତା ବେହେରା ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । 




ଏହି ଟିକା କରଣ କେନ୍ଦ୍ର ପାଇଁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା ବୋଲି ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ । ତେବେ ପ୍ରତ୍ୟେକ ଦିନ ସକାଳ ୮ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଏଠାରେ ଟିକାକରଣ କରାଯିବ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯାଇଛି । ଦୀର୍ଘ ଦିନ ଧରି ସମସ୍ୟା ଦୂରୀଭୂତ ହୋଇ ଥିବାରୁ ବୁଦ୍ଧିଜୀବୀ ମହଲରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି । 

ମଣିଭଦ୍ରା ଖବର ଗଣିଆ,ନୟାଗଡ

Post a Comment

Previous Post Next Post
Header ADS