ଏନଏସି ଅନ୍ତର୍ଗତ ହନୁମାନ ବଜାର୍ ଠାରେ ଡିଜିଟାଲ ମିଡିଆ ର ସଂଘର ବୈଠକ
ଦଶପଲ୍ଲା (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଳକ ଡିଜିଟାଲ ମିଡିଆ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଏନ୍ଏସି ଅନ୍ତର୍ଗତ ହନୁମାନ ବଜାର୍ ଠାରେ ସଭାପତି ଚିତ୍ତ ରଞ୍ଜନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଡିଜିଟାଲ ମିଡିଆ ପ୍ରତିନିଧି ମାନଙ୍କର ବିଭିନ୍ନ ସମସ୍ୟା, କାର୍ଯ୍ୟପନ୍ଥା, ଓ ଭବିଷ୍ୟତର କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି l ବୈଠକରେ ପ୍ରମୋଦ କୁମାର ମହାନ୍ତି, ରଞ୍ଜନ କୁମାର ଦାସ, ଜନ୍ମେଜୟ ଆଚାର୍ଯ୍ୟ, ସଂଜୀବ କୁମାର ସାହୁ, ଶ୍ରୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣିଭଦ୍ରା ଖବର,
Post a Comment