BREAKING
Loading...
:

ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

 ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ l



ବୌଦ୍ଧ (ମଣିଭଦ୍ରା ଖବର) ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଦିନ 11ଘଣ୍ଟା ସମୟ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଜିଲ୍ଲା ର ସମସ୍ତ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ମାନେ ଯୋଗ ଦେଇଥିଲେ l ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ରକ୍ଷଣ ବେକ୍ଷଣ ଓ ସୁରକ୍ଷା ନିମନ୍ତେ ମାନବ ସମ୍ବଳ ନିୟଜନ ଉପରେ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ଉଦୟନାଥ ମାଝୀ ତାଲିମ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସହକରି ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l


ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ

Post a Comment

Previous Post Next Post
Header ADS