BREAKING
Loading...
:

ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପାଇଁ ନାଗରିକ କମିଟି ର ରକ୍ତଦାନ ଶିବିର ଅନୁଷ୍ଠିତ।

 ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପାଇଁ ନାଗରିକ କମିଟି ର ରକ୍ତଦାନ ଶିବିର ଅନୁଷ୍ଠିତ।




ବଲାଙ୍ଗୀର/ଟିଟିଲାଗଡ (ମଣିଭଦ୍ରା ଖବର) ରକ୍ତ ଦାନ ଜୀବନ ଦାନ, ରୂପେ ପରଗଣିତ ଏହି ମହତ ଦାନ କୁ ନେଇ ସ୍ଥାନୀୟ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ମହାବୀର ପଞ୍ଚାୟତ ଧର୍ମଶାଳା ରେ *ପୁଲବାମା* ଆତଙ୍କବାଦ ପରି ଘଟଣା ରେ ଶହୀଦ ହୋଇ ଥିବା ବିର ଯବାନ ମାନଙ୍କୁ ତାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି।

ଟିଟିଲାଗଡ *ନାଗରିକ ମଞ୍ଚ* ତତଫରୁ ଆୟୋଜିତ ଏହି *ରକ୍ତ ଦାନ*ଶିବିର କୁ ସ୍ଥାନୀୟ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଆନୁଷ୍ଠାନିକ ଭାବ ରେ ଫିତା କାଟି ଉଦଘାଟନ କରି ଥିଲେ ଓ ସଭା ର ସଭାପତିତ୍ୱ କରି ଥିଲେ ମଞ୍ଚ ର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନ ଜୀବୀ ରାଧାକାନ୍ତ ପାଢ଼ୀ।

ଉକ୍ତ ଶିବିର ରେ ସର୍ବମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା।


ନାଗରିକ କମିଟି ସଭାପତି ଶ୍ରୀ ପାଢ଼ୀ ସଭାପତିତ୍ବ କରିଥିବା ବେଳେ ଅନେକ ସ୍ବେଛାସେବୀ ସଂଗଠନ ସଦସ୍ୟ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପ ସଭାପତି ମୋହନ ଲାଲ୍ ଜୈନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।


ରିପୋର୍ଟ ସନ୍ତୋଷ କୁମାର ନାୟକ ବଲାଙ୍ଗୀର 

Post a Comment

أحدث أقدم
Header ADS