BREAKING
Loading...
:

ବିବାଦୀୟ ପରିସ୍ଥିତିରେ ବଦଳିଲେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ

 ବିବାଦୀୟ ପରିସ୍ଥିତିରେ ବଦଳିଲେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ



ଖଣ୍ଡପଡା (ସଂଗ୍ରାମ କେଶରୀ ଦେଓ) ଏନ ଏ ସି କାର୍ଯ୍ୟାଳୟରେ ପୁଣି ରାଜନୈତିକ ଅସ୍ଥିରତା ଦେଖା ଦେଇଛି l ରାଜନୈତିକ ଆକ୍ରୋଶର ଶିକାର ହୋଇ ଅନ୍ୟତ୍ର ବଦଳି ହୋଇଛନ୍ତି ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ଅଶୋକ କୁମାର ରାଉତ l ଗତ ୩ ମାସ ତଳେ ଏଠାକୁ ବଦଳି ହୋଇ ଆସିଥିବା ଶ୍ରୀ ରାଉତ ଆନନ୍ଦପୁର ମ୍ୟୁନିସିପାଲିଟିକୁ ବଦଳି ହୋଇଥିବା ପ୍ରଶାସନିକ ସୂତ୍ରରୁ ଜଣାପଡିଛି l ତେବେ ତାଙ୍କ ସ୍ଥାନରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ପ୍ରକାଶ ଥାଉ କି ଏନ ଏ ସି ଉପାଧକ୍ଷ ଗୋଷ୍ଠୀଙ୍କ ଇଙ୍ଗିତରେ ନିର୍ବାହୀ ଅଧିକାରୀ ପରିଚାଳିତ ନ ହେବାକୁ କେନ୍ଦ୍ର କରି ବିବାଦର ସୂତ୍ରପାତ ହୋଇ ମାମଲା ଥାନାରେ ପହଂଚି ଥିଲା l ଏଥିରେ କାର୍ଯ୍ୟନିର୍ବାହୀ ବଳି ପଡିଲେ ବୋଲି ସହରରେ ଚର୍ଚ୍ଚା ହେଉଛି l ତେବେ ଖାଲି ପଡ଼ିଥିବl ପଦବୀରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ସାଧାରଣରେ ଦାବି ହେଉଛି l


ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

Previous Post Next Post
Header ADS