BREAKING
Loading...
:

ବେଆଇନ ଦେଶୀ ମଦ ଭାଟିରେ ଅବକାରୀ ବିଭାଗର ଚଢ଼ାଉ

 ବେଆଇନ ଦେଶୀ ମଦ ଭାଟିରେ ଅବକାରୀ ବିଭାଗର ଚଢ଼ାଉ



ଖଣ୍ଡପଡ଼ା ( ମଣିଭଦ୍ରା ଖବର)ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶକ୍ରମେ ଖଣ୍ଡପଡା ଅବକାରୀ ବିଭାଗର କର୍ମଚାରୀ ମାନେ ଖଣ୍ଡପଡା ବ୍ଲକ ଅଧୀନ ଯୋଗିଆପଲ୍ଲୀ ପଞ୍ଚାୟତର ଲଷ୍ମୀପ୍ରସାଦ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଏକ ବେଆଇନ ଦେଶୀ ମଦ ଭାଟି ଉପରେ ଶୁକ୍ରବାର ମଧ୍ୟାହ୍ନରେ ଅଚାନକ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ସେଠାରେ ଦେଶୀ ମଦ ପ୍ରସ୍ତୁତ ନିମନ୍ତେ ମହଜୁଦ ଥିବା 1890 ଲିଟର ପୋଚ ଓ 40 ଲିଟର ମଦ ଜବତ କରିଥିବା ଜଣାଯାଇଛି l ମଦ ପ୍ରସ୍ତୁତ ନିମନ୍ତେ ଉପକରଣ ଗୁଡିକ ମଧ୍ୟ ଜବତ ହୋଇଥିବା ଏସ ଆଇ ଦେବାନନ୍ଦ ଭୂଇଁଆଙ୍କ ଠାରୁ ପ୍ରକାଶ l ତେବେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉର ସୂଚନା ପାଇ ମଦ ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ l

ଖଣ୍ଡପଡାରୁ ସଂଗ୍ରାମ କେଶରୀ ଦେଓ,

ମଣିଭଦ୍ରା ଖବର l

Post a Comment

أحدث أقدم
Header ADS