ଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବନ୍ଧୁମିଳନ
ନୟାଗଡ ( ମଣିଭଦ୍ରା ଖବର)ନୟାଗଡ ପୃତ ବିଭାଗ ବଙ୍ଗଳା ଠାରେ ସର୍ବ ଭାରତୀୟ ସମିଳିତ କର୍ମଜୀବି ସାମ୍ବାଦିକ ମହାସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବା ସହ ଜିଲ୍ଲା ସ୍ତରୀୟ କର୍ମକର୍ତା ଚୟନ କରାଯିବ ପାଇଁ ଏକ ବୈଠକ କରା ଯାଇଥିଲା । ଉକ୍ତ କାର୍ଯ୍ୟ ରେ ସମସ୍ତ ବ୍ଲକ ର ସାମ୍ବାଦିକ ମାନେ ଯୋଗ ଦେଇ ଥିଲେ । ଏହି ବୈଠକ ରେ OUWJ ସଙ୍ଘ ର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ, ବିଶ୍ଵବାଣୀ ଖବର କାଗଜର ଏଡିଟର ସଂଗଠନ ର ସମ୍ପାଦକ ଅର୍ଜୁନ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ସମ୍ମାନୀତ ଅତିଥି ଭାବରେ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ର ସଭାପତି ଆନୱାର ଅଲି ଖାନ ଯୋଗ ଦେଇଥିଲେ । ଆନୱାର ଙ୍କ ସଭାପତିତ୍ବ ରେ ସାମ୍ବାଦିକ ମାନଙ୍କ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯଇଥିଲା । ରାଜ୍ୟରୁ ଆସିଥିବା ଉଭୟ ଅତିଥି ସବୁ ସମସ୍ୟା ର ସମାଧାନ କରିବା କଥା କହି ଥିଲେ । ପରେ ପରେ କର୍ମ କର୍ତା ଚୟନ କରାଯାଇ ରାଜ୍ୟ ସମାଜ ସେବୀ ସାମ୍ବାଦିକ ଦେବୀ ପ୍ରସାଦ ମିଶ୍ର ଙ୍କୁ ଜିଲ୍ଲା ସଭାପତି, ମାନସ କୁମାର ମିଶ୍ର ଙ୍କୁ ସମ୍ପାଦକ,ଆନାୱାର ଅଲି ଙ୍କୁ ଆଡ଼ଭାଇଜର ଓ ଆଇନୀ ଜୀବି ପ୍ରଭାସିନୀ ନନ୍ଦ ଙ୍କୁ ସଂଗଠନ ସେକ୍ରେଟାରୀ ଭାବରେ ଚୟନ କରାଯାଇଥିଲା । ସମସ୍ତ ନୂତନ ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ରାଜ୍ୟ ସଭାପତି ଓ ସମ୍ପାଦକ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସନମାନିତ କରିଥିଲେ । ବହୁତ ଶୀଘ୍ର ଜିଲ୍ଲା ଓ ବ୍ଲକ ର ଅନ୍ୟ ପଦ ପଦବୀ ଗୁଡିକ ରେ ଥିବା ସଦସ୍ୟ ମାନଙ୍କ ର ନାମ ଘୋଷଣା କରାଯିବ । ପରେ ପରେ ଡିଜିଟାଲ ମିଡ଼ିଆ ର ସଭାପତି ତଥା ସଂଘ ର ପରାମର୍ଶ ଦାତା ଅଲି ଖାନ ନୂତନ ସଭାପତି ଦେବୀ ପ୍ରସାଦ ମିଶ୍ର ଙ୍କୁ ଉଚ ପ୍ରଶଂସା କରିବା ସହ ସମସ୍ତ କ୍ଷେତ୍ର ରେ ସହଯୋଗ ର ହାତ ବଢ଼ାଇବାର ପ୍ରତିସୃତି ଦେଇ ଥିଲେ । ଚୟନ କରାଯାଇ ଥିବା ସଦସ୍ୟ ମାନେ ନିଜ ନିଜର ମନ୍ତବ୍ୟ ମଧ୍ୟ ରଖି ଥିଲେ । ପରେ ପରେ ନିମତ୍ରିତ ସମସ୍ତ ସାମ୍ବାଦିକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ସମସ୍ତ ସଦସ୍ୟ ଓ ଆସିଥିବା ସାମ୍ବାଦିକ ମାନଙ୍କୁ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ନୟାଗଡ
إرسال تعليق