BREAKING
Loading...
:

ଶ୍ରେଷ୍ଠ କୃଷି ଓ କୃଷକ ସମ୍ମାନ ପ୍ରଦାନ

 ଶ୍ରେଷ୍ଠ କୃଷି ଓ କୃଷକ ସମ୍ମାନ ପ୍ରଦାନ



ଖଣ୍ଡପଡ଼ା (ମଣିଭଦ୍ରା ଖବର)ରାଜ୍ୟ ସରକାରଙ୍କ କୃଷି ଓ କୃଷକ ବିଭାଗ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଖଣ୍ଡପଡା ବ୍ଲକ ଅଧୀନ ସିଂଘାପଡା ପଞ୍ଚାୟତର ରୁପାପଲ୍ଲୀ ଗ୍ରାମର ଶ୍ରୀମତୀ ପ୍ରଭାସିନୀ ଖୁଣ୍ଟିଆଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ କୃଷକ ସମ୍ମାନ ପ୍ରଦାନ କରାଯାଇଛି l କୃଷି ବିକାଶରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ପାହାଡ଼ ତଳି ଟାଙ୍ଗରା ଭୂମିକୁ ଶସ୍ୟ ଶ୍ୟାମଳା କ୍ଷେତ୍ରରେ ପରିଣତ କରିଥିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଶ୍ରୀମତୀ ଖୁଣ୍ଟିଆଙ୍କୁ ଅତିଥି ମାନେ ଉପଢୌକନ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ଜଣା ଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ l। 



ରିପୋର୍ଟ ସଂଗ୍ରାମ କେଶରୀ ଦେଓ, ମଣିଭଦ୍ରା ଖବର 



Post a Comment

Previous Post Next Post
Header ADS