BREAKING
Loading...
:

ମହାବୀର ବଣିକ ମହାସଂଘର ଦ୍ବାଦଶ ବାର୍ଷିକ ଉତ୍ସବ

 ମହାବୀର ବଣିକ ମହାସଂଘର ଦ୍ବାଦଶ ବାର୍ଷିକ ଉତ୍ସବ ।




ଦଶପଲ୍ଲ (ମଣିଭଦ୍ରା ଖବର)

ଦଶପଲ୍ଲାର ୧୨ଗୋଟି ବଣିକ ସଂଘ କୁ ଏକତ୍ରିତ କରି ଗଢିଉଠିଥିବା ମହାବୀର ବଣିକ ମହାସଂଘ ଆଜି ତାର ଦ୍ବାଦଶ ବାର୍ଷିକ ଉତ୍ସବ ପାଳନ କରିଛି । ପ୍ରତ୍ୟୁଷରୁ ତ୍ରୀନାଥ ବଜାର ଠାରୁଏକ ସମାରୋହରେ ସଂଘର ସଭ୍ୟ ମାନେ ଯାତ୍ରା ଆରମ୍ଭ କରିଥିଲେ । ରାଲି ଯେଉଁ ବଜାର ନିକଟରେ ପହଞ୍ଚୁ ଥିଲା ସେ ବଜାରର ସଭ୍ୟ ମାନେ ସମସ୍ତଙ୍କୁ ସ୍ବାଗତ କରିବା ସହ ଆପ୍ୟାୟିତ କରୁଥିଲେ ।ଏଭଳି ଭାବରେ ସମସ୍ତ ବଜାର ଅତିକ୍ରମ କରି ରାଲି  ମହାବୀରଙ୍କ ମନ୍ଦିର ନିକଟରେ ପହଞ୍ଚି ଥିଲା। ସେଠାରେ ପୂଜା ବିଧି ସହ ସମସ୍ତଙ୍କ ମଙ୍ଗଳ ମନାସୀ ରାଲି ଆସିଥିଲା ସଂଘର ନିଜ କାର୍ଯ୍ୟାଳୟ ନିକଟକୁ ଏବଂ ସେଠାରେ ସଭାପତି ଅଲେଖ ସାହୁ ସଂଘର ପତାକା ଉତ୍ତୋଳନ କରିଥିଲେ । ପରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଆରମ୍ଭରେ ସମସ୍ତ ସଭ୍ୟ ଏକସଙ୍ଗେ  ହନୁମାନ ଚାଳିଶା ପାଠ କରିଥିଲେ । ଅନ୍ୟ ଏକ ପ୍ରସ୍ତାଅ ।ବଯବ କ୍ରମେ ଇତି ମଧ୍ୟରେ ସଂଘର ୧୨ଜଣ ସଭ୍ୟ ଇହଲୀଳା ସମ୍ବରଣ କରିଥିବାରୁ ସେମାନଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ବିଭିନ୍ନ ବଜାରର ସଭାପତି ମାନେ ସେମାନଙ୍କ ଥିବା ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏଥି ସହିତ ସରକାର , ସରକାରୀ କଳ ଏବଂ ବଣିକ ସଂଘ ମଧ୍ୟରେ ସମନ୍ବୟ ରକ୍ଷାକରି କିପରି କାର୍ଯ୍ୟ କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଜିଏସ୍ ଟି ଏବଂଅନ୍ୟାନ୍ୟ କେତେକ ବିଷୟ ଆଲୋଚନା ପରେ  ସଂପାଦକ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଉମାକାନ୍ତ ସାହୁ, ସନୋଜ କୁମାର ସାହୁ , ତାରାକାନ୍ତ ସାହୁ,ସନ୍ତୋଷ ସାହୁ,ରବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


ରିପୋର୍ଟ ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS