BREAKING
Loading...
:

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ




ଗଣିଆ ୧୦/୦୨(ମଣିଭଦ୍ରା ଖବର) ଗଣିଆ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ‌। ବ୍ଳକ ଶିକ୍ଷା ଅଧିକାରୀ ପ୍ରଣତୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ପ୍ରତାପ କିଶୋର ପଟ୍ଟନାୟକ, ପୂର୍ବତନ ଶିକ୍ଷା ଅଧିକାରୀଣୀ ଜୟନ୍ତୀ ସାହୁ, ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ମହାରଣାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । 



ଏକାଥରକେ ଗୋଟିଏ ମଞ୍ଚରେ ୩ ଜଣ ଶିକ୍ଷା ଅଧିକାରୀ ଏବଂ ଜଣେ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଥିଲା । ବିଦାୟୀ ଅଧିକାରୀ ମାନଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ରବିନ୍ଦ୍ର ବେହେରା,ସିଆରସିସି ପ୍ରଶାନ୍ତ ପାଣିଗ୍ରାହୀ, ଶୁକଦେବ ରାଉତ,ରୁତୁରାଜ ସୋମନାଥ ସ୍ବାଇଁ, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ପ୍ରଶନ୍ନ କୁମାର ଦାଶ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ସିଆରସିସି କେଶବ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଦୀର୍ଘ ଦିନ ହେବ ଉପରୋକ୍ତ ଅଧିକାରୀ ମାନେ ବିଦାୟ ନେଇ ସାରିଥିଲେ ମଧ୍ୟ କୈାଣସି କାରଣବସତ ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ପାରି ନଥିଲା । 


ରିପୋର୍ଟ ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS